www.samajalive.in
Monday, December 15, 2025
26.1 C
Bhubaneswar

୬ ଲିଟର ଦେଶୀ ମଦ ସହିତ ସରଞ୍ଜାମ ଜବତ, ୫୦୦ ଲିଟର ପୋଚ ନଷ୍ଟ

ବେଗୁନିଆ : ମଙ୍ଗଳବାର ଅପରାହ୍ନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦେଶରେ ଏହି ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ବାଉଁଶ ଜଙ୍ଗଲରେ ବେଗୁନିଆ ପୋଲିସ ଚଢ଼ାଉ କରି ୫୦୦ଲିଟର ପୋଚ ନଷ୍ଟ କରିବା ସହିତ ୬ ଲିଟର ଦେଶୀ ମଦ ଏବଂ ବିଭିନ୍ନ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି । ସମ୍ପୃକ୍ତ ସ୍ଥାନରେ ସେହି ଗ୍ରାମର ବୃନ୍ଦାବନ ରାଉତରାୟ ମଦ ପ୍ରସ୍ତୁତ କରୁଥିବାର ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶରେ ଏସ ଆଇ ଶ୍ରୀକାନ୍ତ ପଣ୍ଡା, ଏଏସଆଇ ଗଜେନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ଅଭିଯୁକ୍ତ ସେଠାରୁ ଖସି ପଳାଇଯାଇଥିଲା । ପୋଲିସ ପୋଚଗୁଡିକ ନଷ୍ଟ କରି ୬ ଲିଟର ଦେଶୀ ମଦ ସହିତ ୫ ଟି ବଡ଼ ପ୍ଲାଷ୍ଟିକ ଡ୍ରମ ଏବଂ ଦୁଇଟି ବଡ଼ ରସ ଡେକଚି ଜବତ କରିଛି ।ଥାନାରେ ୧୧୦/୨୧ ନଂ କେଶ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories