www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ୟାଙ୍କରୁ ଚୋରି ଉଦ୍ୟମ ବେଳେ ଧରାପଡିଲା ଚୋର

ରେଙ୍ଗାଲି କ୍ୟାମ୍ପ: ଶନିବାର ପ୍ରାୟ ଦିନ ୧୨ଟାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅତାବିରା ଶାଖାର କ୍ୟାସିୟର ରାଜେଶ୍ ନାଏକ, ଆକାଉଣ୍ଟାଣ୍ଟ ସୁଶିଲ ଡନସନା, ସିକ୍ୟୁରିଟି ବିରେନ୍ଦ୍ର ବେହେରା ମିଳିତ ଭାବେ ଏଟିଏମ୍ କାଉଣ୍ଟରକୁ ସିଡିଏମ୍ ସଜାଡ଼ିବା ପାଇଁ ଯାଇଥିଲେ। ଏହି ସମୟରେ ୧ନଂ କ୍ୟାସ କାଉଣ୍ଟରର କର୍ମଚାରୀ ବିଜୟ ମଲ୍ଲିକ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ସୁଯୋଗ ଉଣ୍ଡୁଥିବା ଚୋର ଜଣକ କୌଶଳ କ୍ରମେ ଉକ୍ତ କାଉଣ୍ଟରକୁ ପଶିଥିଲା। ସେଥିରେ ଥିବା ୫୧ ହଜାର ୫୦୦ ଟଙ୍କା ଧରି ଖସି ପଳାଉଥିବା ସମୟରେ ଅନ୍ୟ କାଉଣ୍ଟରର କର୍ମଚାରୀମାନେ ଅଚିହ୍ନା ବ୍ୟକ୍ତି କେମିତି କାଉଣ୍ଟରରୁ ଟଙ୍କା କାଢି ନେଉଛି ବୋଲି ଭାବି ଚୋର ଚୋର ବୋଲି ପାଟି କରିବାରୁ ସିକ୍ୟୁରିଟି ଗାର୍ଡ ତାକୁ ପଛରୁ ଗୋଡ଼ାଇ ଧରିଥିଲା।

ଅତାବିରା ହନୁମାନ ମନ୍ଦିର ସମ୍ମୁଖରେ ପାଟି ଶୁଣି ଜନସାଧାରଣଙ୍କ ଭିଡ଼ ଜମିଯାଇଥିଲା। ଉତ୍ୟକ୍ତ ଜନତା ତାକୁ ମାଡ ପିଟ କରିବାକୁ ଉଦ୍ୟତ ହେଉଥିଲେ। ଗାର୍ଡ ତଥା ବ୍ୟାଙ୍କ୍ କର୍ମଚାରୀ ତାକୁ ବ୍ୟାଙ୍କ୍ ଭିତରେ ଅଟକ ରଖି ଗେଟ ବନ୍ଦ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଇନ୍ସପେକ୍ଟର ସୁଷମା ପଶାୟତ ସହ ପହଞ୍ଚିବା ପରେ ବ୍ୟାଙ୍କ୍ କର୍ମଚାରୀ ଚୋରକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଉତ୍ୟକ୍ତ ଜନତା ପୁଲିସକୁ ମଧ୍ୟ ହସ୍ତାନ୍ତର କରି ଦେଉନଥିଲେ। ଅନେକ ପ୍ରଚେଷ୍ଟା ପରେ ଚୋରକୁ ପୁଲିସ ଭ୍ୟାନରେ ଥାନାକୁ ଅଣାଯାଇଥିଲା। ପଚରା ଉଚୁରା ପରେ ଚୋର ଜଣକ କଲିକତାର ଶ୍ୟାମ (୨୭) ବୋଲି ନିଜର ପରିଚୟ ଦେଇଥିଲା। ବ୍ୟାଙ୍କ୍ ମୁଖ୍ୟ ପ୍ରବନ୍ଧକ ରୂପେଶ କୁମାର ସାହୁ ଚୋର ଧରା ପଡ଼ିଥିବାରୁ ଆଶ୍ୱସ୍ତି ଲାଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡା କଡ଼ି କରାଯିବ ବୋଲି ପ୍ରକାଶ କହିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories