www.samajalive.in
Saturday, December 13, 2025
18.1 C
Bhubaneswar

ସରିଲା ଦଶମ ଶ୍ରେଣୀ ପ୍ରଥମ ସାରାଂଶ ପରୀକ୍ଷା

ରେଙ୍ଗାଲିକ୍ୟାମ୍ପ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହୋଇଥିବା ଦଶମ ବିଦ୍ୟାର୍ଥୀଙ୍କ ୧ମ ସାରାଂଶ ମୂଲ୍ୟାୟନ (ସମ୍ମେଟିଭ ଆସେସମେଣ୍ଟ) ପରୀକ୍ଷା ଶେଷ ହୋଇଛି। ପ୍ରତ୍ୟେକ ବିଷୟରେ କେବଳ ୫୦ ଟି ବସ୍ତୁନିଷ୍ଠ ସଂକ୍ଷିପ୍ତ ପ୍ରଶ୍ନ ରହିଥିଲା। ଏଥିପାଇଁ ଅତାବିରା ବ୍ଲକ ରେ ୧୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ମୋଟ ୨୧୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି। ପ୍ରଥମ ସିଟିଂ ପୂର୍ବାହ୍ଣ ୧୦ଟାରୁ ୧୧ଟା ଯାଏ ସମୟ ରହିଥିଲା। ଯାହାର ଉତ୍ତର ପରୀକ୍ଷାର୍ଥୀମାନେ ଓଏମ୍‍ଆର୍‍ ଫର୍ଦରେ ଗୋଲେଇକୁ କଳା କରି ଦେଇଥିଲେ।

୨ୟ ସିଟିଂ ଦିବା ୧୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ୧୫ ମିନିଟ ରେ ଶେଷ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଗଠିତ ସ୍କ୍ୱାଡ୍‍ ପରୀକ୍ଷା ପରିଚାଳନାକୁ ତଦାରଖ କରିବl ପାଇଁ ପ୍ରଥମ ଦିନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ବୁଲି ଦେଖିଥିଲେ ଓ ପରୀକ୍ଷାକୁ ସଠିକ ରୂପେ ପରିଚାଳନା କରିବା ପାଇଁ କେନ୍ଦ୍ର ସୁପରିଷ୍ଟେଣ୍ଡେଣ୍ଟ ମାନଙ୍କୁ କହିଥିଲେେ। ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ୍‍ ବ୍ୟବହାରକୁ ନିଷେଧ କରାଯାଇଛି।ଏହା ସହ କୋଭିଡ୍ କଟକଣା ନିୟମ କୁ କଡାକଡି ଭାବେ ପାଳନ କରାଯାଇଛି।ଏହି ୧ମ ସାରାଂଶ ପରୀକ୍ଷା ଅତାବିରା ନୋଡାଲ ସ୍କୁଲରେ ୨୨୫ ଜଣ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୯୪ ଜଣ, ଗୋଡଭଗା କେନ୍ଦ୍ରରେ ୧୯୧ ଜଣ, ଲାହଣ୍ଡାରେ ୧୯୮ ଜଣ, ଲାରମ୍ଭାରେ ୨୫୨ ଜଣ, ଲସ୍ତଲାରେ ୧୯୦ ଜଣ,କାଦୋବାହାଲ୍ ରେ ୨୨୫ ଜଣ, ଝୀଲିମିଣ୍ଡା ରେ ୧୬୭ ଜଣ, ସିଂପାଲିରେ ୧୮୮ ଜଣ, ଦେବାହାଲ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ ୧୪୧ ଜଣ, ପାତ୍ରା ପାଲିରେ ୧୮୮ ଜଣ ମୋଟ ୨୧୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଜିଲ୍ଲାପାାଳଙ୍କ ନିର୍ଦ୍ଦେଶ କ୍ରମେ ନିରୀକ୍ଷକ ଭାବେ କାଦୋବାହାଲ ହାଇସ୍କୁଲରେ ଦୀପ୍ତିମୟି କୁମାର ସିଂ, ଲାରମ୍ଭାରେ ଜେଇ ସସ୍ମିତା ଉଦଗାତା, ଗୋଡଭଗାରେ ଜେଇ ସ୍ମିତିପ୍ରଭା ନାଏକ, ଲହଣ୍ଡାରେ ଜେଇଆର୍ ଡବ୍ଲୁଏସଏସ ସାଇଁମନ ଟପ୍ପୋ, ସିଂହ ପାଲିରେ ଏଏଫଓ ବିନିର୍ମାଲ୍ୟ ରାଉତ, ଅତାବିରା ନୋଡାଲରେ ଜେଇ କୈଳାଶ ମେହେର, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜେଇ ରଞ୍ଜନ କୁମାର ନାଏକ, ଦେବାହାଲ୍ ବୀର ସୁରେନ୍ଦ୍ର ସାଏ ସ୍କୁଲରେ ଜେଇ ଭାବେସ କୁମାର ଦଳାଇ, ଲସ୍ତଲାରେ ଏମ୍ ଆଇ ରଞ୍ଜନ କୁମାର ନାୟକ, ପତ୍ରାପାଳିରେ ସୂପରଭାଇଜର କେଶବ ଭୋଇ, ଝିଲିମିଣ୍ଡାରେ ସୂପରଭାଇଜର ଋଷୁବ ସାହୁ, ନିରୀକ୍ଷକ ଭାବେ ତିନିଦିନ ଧରି ଦାୟିତ୍ୱରେ ରହିଥିଲେ।

- Advertisement -

ସେହିପରି ପରୀକ୍ଷା କେନ୍ଦ୍ର ରେ ବ୍ଲକ ସୂପରଭାଇଜର ଭାବରେ ଚାରିଟି କେନ୍ଦ୍ରରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଅନ୍ୟ ଚାରିଟି କେନ୍ଦ୍ରରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଗଜିନ୍ଦ୍ର ସାହୁ ଓ ଅବଶିଷ୍ଟ ତିନିଟି କେନ୍ଦ୍ରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଦାୟିତ୍ଵ ତୁଲାଇଥିଲେ। ଶେଷ ଦିନରେ କେନ୍ଦ୍ରୀୟ ଦଳ ଭାବେ ନିଯୁକ୍ତ ହୋଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଛତ୍ରପତି ସାହୁ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ଏହି ପରୀକ୍ଷା ସମ୍ପନ୍ନ ହୋଇଯାଇଛି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories