www.samajalive.in
Saturday, December 13, 2025
21.1 C
Bhubaneswar

ସରିଲା ଦଶମ ଶ୍ରେଣୀ ପ୍ରଥମ ସାରାଂଶ ପରୀକ୍ଷା

ରେଙ୍ଗାଲିକ୍ୟାମ୍ପ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହୋଇଥିବା ଦଶମ ବିଦ୍ୟାର୍ଥୀଙ୍କ ୧ମ ସାରାଂଶ ମୂଲ୍ୟାୟନ (ସମ୍ମେଟିଭ ଆସେସମେଣ୍ଟ) ପରୀକ୍ଷା ଶେଷ ହୋଇଛି। ପ୍ରତ୍ୟେକ ବିଷୟରେ କେବଳ ୫୦ ଟି ବସ୍ତୁନିଷ୍ଠ ସଂକ୍ଷିପ୍ତ ପ୍ରଶ୍ନ ରହିଥିଲା। ଏଥିପାଇଁ ଅତାବିରା ବ୍ଲକ ରେ ୧୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ମୋଟ ୨୧୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି। ପ୍ରଥମ ସିଟିଂ ପୂର୍ବାହ୍ଣ ୧୦ଟାରୁ ୧୧ଟା ଯାଏ ସମୟ ରହିଥିଲା। ଯାହାର ଉତ୍ତର ପରୀକ୍ଷାର୍ଥୀମାନେ ଓଏମ୍‍ଆର୍‍ ଫର୍ଦରେ ଗୋଲେଇକୁ କଳା କରି ଦେଇଥିଲେ।

୨ୟ ସିଟିଂ ଦିବା ୧୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ୧୫ ମିନିଟ ରେ ଶେଷ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଗଠିତ ସ୍କ୍ୱାଡ୍‍ ପରୀକ୍ଷା ପରିଚାଳନାକୁ ତଦାରଖ କରିବl ପାଇଁ ପ୍ରଥମ ଦିନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ବୁଲି ଦେଖିଥିଲେ ଓ ପରୀକ୍ଷାକୁ ସଠିକ ରୂପେ ପରିଚାଳନା କରିବା ପାଇଁ କେନ୍ଦ୍ର ସୁପରିଷ୍ଟେଣ୍ଡେଣ୍ଟ ମାନଙ୍କୁ କହିଥିଲେେ। ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ୍‍ ବ୍ୟବହାରକୁ ନିଷେଧ କରାଯାଇଛି।ଏହା ସହ କୋଭିଡ୍ କଟକଣା ନିୟମ କୁ କଡାକଡି ଭାବେ ପାଳନ କରାଯାଇଛି।ଏହି ୧ମ ସାରାଂଶ ପରୀକ୍ଷା ଅତାବିରା ନୋଡାଲ ସ୍କୁଲରେ ୨୨୫ ଜଣ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୯୪ ଜଣ, ଗୋଡଭଗା କେନ୍ଦ୍ରରେ ୧୯୧ ଜଣ, ଲାହଣ୍ଡାରେ ୧୯୮ ଜଣ, ଲାରମ୍ଭାରେ ୨୫୨ ଜଣ, ଲସ୍ତଲାରେ ୧୯୦ ଜଣ,କାଦୋବାହାଲ୍ ରେ ୨୨୫ ଜଣ, ଝୀଲିମିଣ୍ଡା ରେ ୧୬୭ ଜଣ, ସିଂପାଲିରେ ୧୮୮ ଜଣ, ଦେବାହାଲ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ ୧୪୧ ଜଣ, ପାତ୍ରା ପାଲିରେ ୧୮୮ ଜଣ ମୋଟ ୨୧୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଜିଲ୍ଲାପାାଳଙ୍କ ନିର୍ଦ୍ଦେଶ କ୍ରମେ ନିରୀକ୍ଷକ ଭାବେ କାଦୋବାହାଲ ହାଇସ୍କୁଲରେ ଦୀପ୍ତିମୟି କୁମାର ସିଂ, ଲାରମ୍ଭାରେ ଜେଇ ସସ୍ମିତା ଉଦଗାତା, ଗୋଡଭଗାରେ ଜେଇ ସ୍ମିତିପ୍ରଭା ନାଏକ, ଲହଣ୍ଡାରେ ଜେଇଆର୍ ଡବ୍ଲୁଏସଏସ ସାଇଁମନ ଟପ୍ପୋ, ସିଂହ ପାଲିରେ ଏଏଫଓ ବିନିର୍ମାଲ୍ୟ ରାଉତ, ଅତାବିରା ନୋଡାଲରେ ଜେଇ କୈଳାଶ ମେହେର, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜେଇ ରଞ୍ଜନ କୁମାର ନାଏକ, ଦେବାହାଲ୍ ବୀର ସୁରେନ୍ଦ୍ର ସାଏ ସ୍କୁଲରେ ଜେଇ ଭାବେସ କୁମାର ଦଳାଇ, ଲସ୍ତଲାରେ ଏମ୍ ଆଇ ରଞ୍ଜନ କୁମାର ନାୟକ, ପତ୍ରାପାଳିରେ ସୂପରଭାଇଜର କେଶବ ଭୋଇ, ଝିଲିମିଣ୍ଡାରେ ସୂପରଭାଇଜର ଋଷୁବ ସାହୁ, ନିରୀକ୍ଷକ ଭାବେ ତିନିଦିନ ଧରି ଦାୟିତ୍ୱରେ ରହିଥିଲେ।

- Advertisement -

ସେହିପରି ପରୀକ୍ଷା କେନ୍ଦ୍ର ରେ ବ୍ଲକ ସୂପରଭାଇଜର ଭାବରେ ଚାରିଟି କେନ୍ଦ୍ରରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଅନ୍ୟ ଚାରିଟି କେନ୍ଦ୍ରରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଗଜିନ୍ଦ୍ର ସାହୁ ଓ ଅବଶିଷ୍ଟ ତିନିଟି କେନ୍ଦ୍ରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଦାୟିତ୍ଵ ତୁଲାଇଥିଲେ। ଶେଷ ଦିନରେ କେନ୍ଦ୍ରୀୟ ଦଳ ଭାବେ ନିଯୁକ୍ତ ହୋଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଛତ୍ରପତି ସାହୁ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ଏହି ପରୀକ୍ଷା ସମ୍ପନ୍ନ ହୋଇଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories