BJD Bijuli 480×75 Mob

ରେଙ୍ଗାଲି ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଟିମ୍ ଏବଂ ଖେଳାଳୀ ନିଲାମ

BJD Bijuli 480×75 Mob

ରେଙ୍ଗାଲି :  ରେଙ୍ଗାଲି କ୍ରିକେଟ୍ କ୍ଳବ୍ ପକ୍ଷରୁ ଚଳିତ ମାସ ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ରେଙ୍ଗାଲି ଡେ-ନାଇଟ୍ କ୍ରିକେଟ୍ ପଡିଆରେ ହେବାକୁ ଥିବା ରେଙ୍ଗାଲି ପ୍ରିମିୟର ଲିଗ୍ ଟେନିସ୍ ବଲ୍ କ୍ରକେଟ୍ ଟୁର୍ଣାମେଣ୍ଟ୍ ପାଇଁ ଆଜି ଟିମ୍ ଏବଂ ଖେଳାଳୀ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ରେଙ୍ଗାଲି ହରିହର ଧର୍ମଶାଳା ପରିସରରେ ରେଙ୍ଗାଲି କ୍ରିକେଟ୍ କ୍ଳବ୍ ଆୟୋଜକ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କମିଟିର ସଦସ୍ୟ ଅଜୟ ଭୋଇନା, ଅମର ମହାନନ୍ଦ, ହରିଶଙ୍କର ସିଂହ,ସୂର୍ଯ୍ୟନାରାୟଣ ପାତ୍ର, ପ୍ରଶାନ୍ତ ଦାଶ, ଯୁବରାଜ ପଶାୟତ, ସୁଜିତ ବେହେରା, ଚନ୍ଦୁ ମେହେର, ପ୍ରଫୁଲ୍ଲ ଗହିର, ରଞ୍ଜନ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇ ଟୁର୍ଣାମେଣ୍ଟର ରୂପରେଖ ଉପରେ ଆଲୋଚନା କରିବା ସହିତ ଟିମ୍ ଏବଂ ଖେଳାଳୀ ନିଲାମ ପ୍ରକ୍ରିୟା ସମ୍ପନ୍ନ କରିଥିଲେ।

ଟୁର୍ଣାମେଣ୍ଟ ରେ ୧୨ଟି ଦଳ ଅଂଶ ଗ୍ରହଣ କରିବା ପାଇଁ ନିଲାମରେ ଚୁଡାନ୍ତ ହୋଇଥିଲା। ଟୁର୍ଣାମେଣ୍ଟରେ ବିଜୟୀ ଦଳକୁ ଚମ୍ପିଆନ୍ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ପରାଜିତ ଦଳକୁ ରନର୍ସ ଅପ୍ ଟ୍ରଫି ସହ ୩୯ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.