www.samajalive.in
Friday, December 5, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପାଇଁ ରେଙ୍ଗାଲିରେ ଦସ୍ତଖତ ଅଭିଯାନ 

ରେଙ୍ଗାଲି : ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ” ଭାରତ ରତ୍ନ” ଉପାଧି ପ୍ରଦାନ କରାଯିବା ପାଇଁ ସ୍ୱାଧୀନତା ଦିବସ ଅଗଷ୍ଟ ପନ୍ଦର ଦିନ ସମ୍ବଲପୁର ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନ ମଙ୍ଗଳବାର ରେଙ୍ଗାଲି ଠାରେ ପହଞ୍ଚିଥିଲା । ଏହି ଅବସରରେ ସ୍ଥାନୀୟ ହରିହର ଧର୍ମଶାଳା ସମ୍ଭୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।  ଦସ୍ତଖତ ଅଭିଯାନର ରାଜ୍ୟ ସଂଯୋଜକ ସରୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଜନ ସାଧାରଣ ସାମିଲ ହୋଇ ନିଜ ନିଜସ୍ୱ ଦସ୍ତଖତ ପ୍ରଦାନ ଥିଲେ ।
ଏହି ଅବସରରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ, ଦିଲୀପ ଦୁରିଆ, ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ, ରେଙ୍ଗାଲି ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମହେନ୍ଦ୍ର ଓରାମ, ନାରାୟଣ ଶର୍ମା, ଯୁବ ବିଜେଡି ବ୍ଲକ ସଭାପତି ଦୟାସାଗର ଭଏସାଲ, ତାପସ ପଣ୍ଡା, ତନ୍ନୟୀ ସାହୁ, ଆକାଶ ପଣ୍ଡା,ସୂର୍ୟ୍ୟରଞ୍ଜନ ପାତ୍ର, ସନ୍ଦୀପ ଶର୍ମା, ବିରଞ୍ଚି ବିଶ୍ୱାଳ, ନନ୍ଦଲାଲ ବିଶ୍ୱାଳ, ଦୟାନିଧି ବିଶ୍ୱାଳ, ପ୍ରମୁଖ ଯୋଗଦେଇ ଦସ୍ତଖତ ଅଭିଯାନକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ । ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ର ଅଧକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏହି ଦସ୍ତଖତ ଅଭିଯାନ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇ ସଭା ରେ ଅଂଚଳ ର ବହୁ ସଂଖ୍ୟା ରେ ଜନ ସାଧାରଣ ସାମିଲ ହୋଇଥିବା ରୁ ସାଧୁବାଦ ଜ୍ଞାପନ କରିଥିଲେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories