www.samajalive.in
Saturday, December 6, 2025
16.1 C
Bhubaneswar

ସହାୟତା ଆଶ୍ରମର ପ୍ରଶଂସନୀୟ ପଦକ୍ଷେପ: ଅନାଥାଶ୍ରମରେ ପାଳିତ କନ୍ୟାର ବିବାହ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି କେଉଁଟଡିହିରେ ଥିବା ସହାୟତା ବୃଦ୍ଧାଶ୍ରମ ଏକଦା ଅନାଥ ଆଶ୍ରମ ଥିଲା। ସେ ସମୟରେ ଆଶ୍ରମରେ ପାଳିତ ହୋଇଥିବା ଜନୈକ ଶିଶୁକନ୍ୟା ପ୍ରାପ୍ତ ବୟସ୍କ ହେବାପରେ ଅନାଥ ଯୁବତୀଙ୍କର ସହାୟତା ବୃଦ୍ଧାଶ୍ରମ ଆଶ୍ରମରେ ବୈଦିକ ରୀତିନୀତି ଅନୁସାରେ ବାହାଘର କରାଯାଇଛି। ହଳଦି ବରଣ, ଅଳଙ୍କାର ଧାରଣ, ତୈଳାଭିଷେକ, ବିବାହ ପାଣିଗ୍ରହଣ ଆଦି ବିଧି ସହ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ରେଙ୍ଗାଲିର ସୁଧାଂଶୁ ଶେଖର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଦେବଯାନୀ ମିଶ୍ର କର୍ତ୍ତା ଦାୟିତ୍ବ ନିର୍ବାହ କରି କନ୍ୟାଦାନ କରିଥିଲେ। ଆଶ୍ରମର ପ୍ରତିଷ୍ଠାତା ସମାଜସେବୀ ଶଶିଭୂଷଣ ସାହୁ, ବାବୁଲାଲ ଅଗ୍ରୱାଲା, ସଭାପତି ହରିହର ନାଥ, କାର୍ଯ୍ୟକାରୀ ସଭାପତି ହିମାଂଶୁଶେଖର ମିଶ୍ର, ଉପ-ସଭାପତି ଶିଶିର ସାହୁ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ବାରିକ, ସାମ୍ବାଦିକ ନରେଶ ମାହାଣା, ଆଶ୍ରମର ସଂଯୋଜକ ସୁବ୍ରତ ପାଢୀ, ଦେବବ୍ରତ ମିଶ୍ର ପ୍ରମୁଖ ଆଶ୍ରମର କର୍ମକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ରହି ବିବାହ ଆୟୋଜନ ଓ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୀତାଂଶୁ ତ୍ରିପାଠୀ, ପୂର୍ବତନ ବିଧାୟକ ନାଉରୀ ନାଏକ, ବରିଷ୍ଠ ନାଗରିକ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ସୁବାସ ଚନ୍ଦ୍ର ମିଶ୍ର, ଆଶ୍ରମର ଉପଦେଷ୍ଟା ମୁକୁନ୍ଦ ମିଶ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ବିବାହ ଉତ୍ସବରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories