www.samajalive.in
Saturday, December 6, 2025
26.1 C
Bhubaneswar

ସହାୟତା ଆଶ୍ରମର ପ୍ରଶଂସନୀୟ ପଦକ୍ଷେପ: ଅନାଥାଶ୍ରମରେ ପାଳିତ କନ୍ୟାର ବିବାହ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି କେଉଁଟଡିହିରେ ଥିବା ସହାୟତା ବୃଦ୍ଧାଶ୍ରମ ଏକଦା ଅନାଥ ଆଶ୍ରମ ଥିଲା। ସେ ସମୟରେ ଆଶ୍ରମରେ ପାଳିତ ହୋଇଥିବା ଜନୈକ ଶିଶୁକନ୍ୟା ପ୍ରାପ୍ତ ବୟସ୍କ ହେବାପରେ ଅନାଥ ଯୁବତୀଙ୍କର ସହାୟତା ବୃଦ୍ଧାଶ୍ରମ ଆଶ୍ରମରେ ବୈଦିକ ରୀତିନୀତି ଅନୁସାରେ ବାହାଘର କରାଯାଇଛି। ହଳଦି ବରଣ, ଅଳଙ୍କାର ଧାରଣ, ତୈଳାଭିଷେକ, ବିବାହ ପାଣିଗ୍ରହଣ ଆଦି ବିଧି ସହ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ରେଙ୍ଗାଲିର ସୁଧାଂଶୁ ଶେଖର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଦେବଯାନୀ ମିଶ୍ର କର୍ତ୍ତା ଦାୟିତ୍ବ ନିର୍ବାହ କରି କନ୍ୟାଦାନ କରିଥିଲେ। ଆଶ୍ରମର ପ୍ରତିଷ୍ଠାତା ସମାଜସେବୀ ଶଶିଭୂଷଣ ସାହୁ, ବାବୁଲାଲ ଅଗ୍ରୱାଲା, ସଭାପତି ହରିହର ନାଥ, କାର୍ଯ୍ୟକାରୀ ସଭାପତି ହିମାଂଶୁଶେଖର ମିଶ୍ର, ଉପ-ସଭାପତି ଶିଶିର ସାହୁ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ବାରିକ, ସାମ୍ବାଦିକ ନରେଶ ମାହାଣା, ଆଶ୍ରମର ସଂଯୋଜକ ସୁବ୍ରତ ପାଢୀ, ଦେବବ୍ରତ ମିଶ୍ର ପ୍ରମୁଖ ଆଶ୍ରମର କର୍ମକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ରହି ବିବାହ ଆୟୋଜନ ଓ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୀତାଂଶୁ ତ୍ରିପାଠୀ, ପୂର୍ବତନ ବିଧାୟକ ନାଉରୀ ନାଏକ, ବରିଷ୍ଠ ନାଗରିକ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ସୁବାସ ଚନ୍ଦ୍ର ମିଶ୍ର, ଆଶ୍ରମର ଉପଦେଷ୍ଟା ମୁକୁନ୍ଦ ମିଶ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ବିବାହ ଉତ୍ସବରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories