www.samajalive.in
Sunday, December 7, 2025
15.1 C
Bhubaneswar

ଜଳ ସମ୍ପଦ ସଂରକ୍ଷଣ ପାଇଁ ନୂଆ ପଦକ୍ଷେପ, ପାନୀୟ ଜଳ ଅପଚୟ କଲେ ଆଦାୟ ହେବ ଜୋରିମାନା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହରରେ ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ପକ୍ଷରୁ ଜଳ ସମ୍ପଦ ସଂରକ୍ଷଣ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଯେଉଁମାନେ ପାନୀୟ ଜଳ ଅପଚୟ କରିବେ ସେମାନଙ୍କଠାରୁ ଜୋରିମାନ ଆଦାୟ କରାଯିବ ବୋଲି ଏକ ନିର୍ଦେଶନାମା ପ୍ରକାଶ କରାଯାଇଛି।

ତାପମାତ୍ରା ବୃଦ୍ଧି ଏବଂ ଭୂତଳ ଜଳ ସ୍ତର ହ୍ରାସ ହେତୁ ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲ୍ୟୁଏସଏସବି) ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ପାନୀୟ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ପାନୀୟ ଜଳ ଅପଚୟ ଉପରେ ଜୋରିମାନା ଲାଗୁ କରିବ ବୋଲି ବିଡବ୍ଲ୍ୟୁଏସଏସବି ଚେତାବନୀ ଦେଇଛି। ବିଡବ୍ଲ୍ୟୁଏସଏସବି ଜାରି କରିଥିବା ଆଦେଶ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଜରିମାନା କରାଯିବ ବୋଲି  କୁହାଯାଇଛି।

- Advertisement -

ଜନସାଧାରଣଙ୍କ ସ୍ୱାର୍ଥରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ଆକ୍ଟ ୧୯୬୪ର ଧାରା ୩୩ ଏବଂ ୩୪ ଅନୁଯାୟୀ, ବିଡବ୍ଲ୍ୟୁଏସଏସବି, ବେଙ୍ଗାଲୁରୁ ସହରରେ ଯାନବାହାନ ସଫା କରିବା, ବଗିଚା, କୋଠା ଏବଂ ରାସ୍ତା ନିର୍ମାଣ, ମନୋରଞ୍ଜନ ଉଦ୍ଦେଶ୍ୟ କିମ୍ବା ୱାଟର ଫାଉଣ୍ଟେନ ପରି ସାଜସଜ୍ଜା ପାଇଁ ବାରଣ କରିଛି।

ଜାରି ରହିଥିବା ଭୂତଳ ଜଳ ହ୍ରାସ ଏବଂ ଗ୍ରୀଷ୍ମ ମାସରେ ଆଶା କରାଯାଉଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲ୍ୟୁଏସଏସବି) ପାନୀୟ ଜଳର ଅପଚୟକୁ ରୋକିବା ପାଇଁ ନୂତନ ନିୟମାବଳୀ ଘୋଷଣା କରିଛି। ତୁରନ୍ତ କାର୍ଯ୍ୟକାରୀ ହେଲେ ବେଙ୍ଗାଲୁରୁରେ ପାନୀୟ ଜଳର ଅପବ୍ୟବହାର କରୁଥିବା ବ୍ୟକ୍ତି ଏବଂ ସଂସ୍ଥା ଉପରେ ଜରିମାନା ଆଦାୟ କରାଯିବ।

ବିଡବ୍ଲ୍ୟୁଏସଏସବି ଅଧ୍ୟକ୍ଷ ଡ. ରାମ ପ୍ରସାଦ ମନୋହର କହିଛନ୍ତି ଯେ ପାନୀୟ ଜଳକୁ ଯାନବାହନ ସଫା କରିବା, ରୋଷେଇ ଘର ବଗିଚା, ନିର୍ମାଣ, ସାଜସଜ୍ଜା  ପାଇଁ ୱାଟର ଫାଉଣ୍ଟେନ ପ୍ରସ୍ତୁତ ଏବଂ ରାସ୍ତା ସଫା କରିବା ପାଇଁ ବ୍ୟବହାର ଉପରେ ବାରଣ କରାଯାଇଛି। ଏହା ସହିତ, ସିନେମା କିମ୍ବା ମଲରେ ମନୋରଞ୍ଜନ ପରି ଅଣ-ଅତ୍ୟାବଶ୍ୟକ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର କରାଯାଇପାରିବ ନାହିଁ। ୧୯୬୪ର ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ଅଧିନିୟମର ଧାରା ୩୩ ଏବଂ ୩୪ ଅନୁଯାୟୀ କାର୍ଯ୍ୟକାରୀ ହୋଇଥିବା ଜଳ ବୋର୍ଡ ଅଧିନିୟମର ଧାରା ୧୦୯ ଅନୁଯାୟୀ ନିୟମ ଉଲ୍ଲଙ୍ଘନକାରୀଙ୍କୁ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାର ପୁନରାବୃତ୍ତି ହେଲେ ଜୋରିମାନା  ଦେୟ ଆଉ ୫ହଜାରକୁ ବୃଦ୍ଧି କରାଯାଇ ଆଦାୟ କରାଯିବ ଏବଂ ନିୟମ ପାଳନ ନକରିବାର ପରବର୍ତ୍ତୀ ଦିନ ପାଇଁ ଅତିରିକ୍ତ ୫ଶହ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି।

ସ୍ଥାନୀୟ ଜନ ସାଧାରଣ ନିୟମ ଉଲ୍ଲଙ୍ଘନକାରୀଙ୍କ ବିଷୟରେ ବିଡବ୍ଲ୍ୟୁଏସଏସବି କଲ୍ ସେଣ୍ଟରକୁ କଲ କରି ଅଭିଯୋଗ କରିପାରିବେ। ଏକ ଅତ୍ୟାବଶ୍ୟକ ଉଦ୍ଦେଶ୍ୟରେ ପାନୀୟ ଜଳର ବ୍ୟବହାରକୁ ନିୟନ୍ତ୍ରଣ କରି ଆମେ ମୂଲ୍ୟବାନ ଜଳ ସମ୍ପଦ ସଂରକ୍ଷଣ କରିବା ସହ ସହରକୁ ଜଳ ଅଭାବ ଦୂର ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଡବ୍ଲ୍ୟୁଏସଏସବି ଅଧ୍ୟକ୍ଷ ଡ. ରାମ ପ୍ରସାଦ ମନୋହର ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories