www.samajalive.in
Sunday, December 7, 2025
23.1 C
Bhubaneswar

୫ ମାସ ହେଲା ବନ୍ଦ ଅଛି ସରକାରୀ ବସ୍

ରେଙ୍ଗାଲି : ସମ୍ବଲପୁର ସହରରୁ ରେଙ୍ଗାଲି, ବାସୁପାଲି, ଜୁନାଡିହି, ଲଇଡା, ପୁରୁଣାପାଣି, କୁଟୁରାଚୁଆଁ, ସାତକମା କୁଚିଣ୍ଡା ଦେଇ ଜିଲ୍ଲାର ସୀମାନ୍ତରେ ଥିବା ବାମରାକୁ ରାଜ୍ୟ ପରିବହନ ନିଗମର ଏକ ଶୀତତାପ ନିୟନ୍ତ୍ରିତ ବସ୍ ଚାଲୁଥିଲା। ତେବେ ଏହି ବସ୍ ଗତ ଜୁଲାଇ ମାସରୁ ୫ ମାସ ହେଲା ହଠାତ୍ ବନ୍ଦ କରି ଦିଆଯାଇଛି। ଫଳରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଉପଲବ୍ଧି କରି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଗତ ବିଧାନସଭା ଅଧିବେଶନରେ ପ୍ରଶ୍ନ କରି ବସ୍ ପୁନଃ ଚଳାଚଳ ପାଇଁ ଦାବୀ କରିଥିଲେ। ବିଭାଗୀୟ ମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇ ଉପରୋକ୍ତ ବସର ରୁଟ୍ ପର୍ମିଟ୍ ସରି ଯାଇଥିବାରୁ ବସ୍ ଚଳାଚଳ ବନ୍ଦ ଅଛି। ପର୍ମିଟ୍ ପାଇଁ ଆବେଦନ କରାଯାଇଛି । ପର୍ମିଟ୍ ମିଳିବା ପରେ ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ। ୪ ମାସ ବିତିଗଲା, ବନ୍ଦ ଥିବା ବସ୍ ଏପର୍ଯ୍ୟନ୍ତ ଚାଲିଲା ନାହିଁ। ଘରୋଇବସ୍ ମାଳିକମାନଙ୍କ ଷଡଯନ୍ତ୍ରରେ ଉକ୍ତ ବସକୁ ବନ୍ଦ କରି ଦିଆଯାଇଛି ବୋଲି ଅଭିଯୋଗ ହେଉଛି।
ଉଲ୍ଲେଖ ଯୋଗ୍ୟ ଯେ ଉପରୋକ୍ତ ରୁଟରେ କୌଣସି ବସ୍ ଚଳାଚଳ କରୁ ନଥିଲା। ସରକାରୀ ବସ୍ ଚଳାଚଳ କରିବା ଫଳରେ ସମ୍ବଲପୁର ସହର ସମେତ ଧନକଉଡା, ରେଙ୍ଗାଲି, କୁଚିଣ୍ଡା, ବାମରା ବ୍ଲକ ଅଞ୍ଚଳର ଜନସାଧାରଣ ସ୍ବଳ୍ପ ସମୟରେ କମ୍ ଖର୍ଚ୍ଚରେ ବାମରାରୁ ସମ୍ବଲପୁର ଯାତାୟତ କରି ପାରୁଥିଲେ। ଧନକଉଡା ଓ ରେଙ୍ଗାଲିବ୍ଲକ ଅଞ୍ଚଳ ରୁ କୁଚିଣ୍ଡା ଓ ବାମରା ବ୍ଲକ ଅଞ୍ଚଳ କୁ କୌଣସି ବସ୍ ଚଳାଚଳ କରୁ ନାହିଁ। ଫଳରେ ଏହି ୪ଟି ଯାକ ବ୍ଲକର ଜନସାଧାରଣ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ଦ ଥିବା ସରକାରୀ ବସ୍ ପୁନଃ ଚଳାଚଳ ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଠାରେ ଦାବି ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ରେଙ୍ଗାଲି ବିଧାୟକ ବିଧାନସଭାରେ ଏନେଇ ଦାବୀ କରିଥିଲେ। ପର୍ମିଟ ଆସିଲେ ବସ୍ ଚାଲିବ ବୋଲି ମନ୍ତ୍ରୀ ଉତ୍ତର ଦେଲେ । ବନ୍ଦ ଥିବା ବସ୍ ଶୀଘ୍ର ଚଳାଚଳ ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories