www.samajalive.in
Friday, December 12, 2025
26.1 C
Bhubaneswar

ଡମଗାଁ ନଦୀରେ ବାଲି ମାଫିଆଙ୍କ ରାଜୁତି; ବେଧଡକ ଚାଲିଛି ଚୋରି

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ୍‌‌ ଲଇଡା ଗ୍ରାମପଞ୍ଚାୟତ ଚାନ୍ଦୁଟିକ୍ରା ବୈଜାପାଲି ଗ୍ରାମ ପାଖ ଦେଇ ପ୍ରବାହିତ ଡମଗାଁ ନଦୀ ଶଯ୍ୟାରୁ ଗତ କିଛି ଦିନ ହେଲା ଲଗାତାର ଭାବରେ ବେଆଇନ୍‌‌ ବାଲିି ଉତ୍ତୋଳନ କରାଯାଇ ବ୍ୟବସାୟିକ ଭିତ୍ତିରେ ଚୋରାଚାଲାଣ ଚାଲିଛି। ସ୍ପଷ୍ଟ ଦିବାଲୋକରେ ବାଲି ମାଫିଆମାନେ ନଦୀ ଶଯ୍ୟାରେ ମେସିନ୍‌‌ ଲଗାଇ ବାଲି ଉତ୍ତୋଳନ କରାଯାଇ ଟ୍ରାକ୍ଟରରେ ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ସଚେତନ ନାଗରିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସ୍ଥାନୀୟ ଜନସାଧାରଣ ବାଲି ଉତ୍ତୋଳନ ବନ୍ଦ କରିବାକୁ ତାଗିଦ୍‌‌ କଲେ ମଧ୍ୟ ବାଲି ମାଫିଆ ଏହାକୁ ଭ୍ରୁକ୍ଷେପ ନକରି ବେଧଡକରେ ବାଲି ଚୋରା ଚାଲାଣ ଅବ୍ୟାହତ ରଖିଥିବାର ଦେଖିବାକୁ ମିଳିଛି। ବେଆଇନ୍‌‌ ବାଲି ଉତ୍ତୋଳନ ଏବଂ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ନିୟମ ପରିବର୍ତ୍ତନ କରାଯାଇ ବାଲି, ମାଟି ମୁରୁମ୍‌‌ ଆଦି ଲଘୁ ଖଣିଜ ସମ୍ପଦ ନିୟନ୍ତ୍ରଣ ଏବଂ ପରିଚାଳନା ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ରାଜସ୍ୱ ବିଭାଗ ହାତରୁ ଛଡାଇ ନିଆଯାଇ ମାଇନିଂ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଥିବା ପରିପ୍ରେକ୍ଷୀରେ ବେଆଇନ୍‌‌ ବାଲି ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆମର କ୍ଷମତା ନାହିଁ ବୋଲି ତହସିଲଦାର ଶ୍ରୀ କୁମ୍ଭାର ଅସହାୟତା ପ୍ରକାଶ କରିଥିଲେ। ମାଇନିଂ ବିଭାଗରେ ରେଙ୍ଗାଲି ବ୍ଳକ ଅଞ୍ଚଳରେ କୌଣସି ଅଫିସ ନାହିଁ କି କର୍ମଚାରୀ ନାହାନ୍ତି। ସମ୍ବଲପୁର ସହରରେ ଏହି ବିଭାଗର କାର୍ଯ୍ୟାଳୟ ରହିଛି। ସରକାର ନିୟମ ପରିବର୍ତ୍ତନ କରି ବାଲି, ମାଟି, ମୁରୁମ ଆଦି ଲଘୁ ଖଣିଜ ସମ୍ପଦର ନିୟନ୍ତ୍ରଣ ମାଇନିଂ ଡିପାର୍ଟମେଣ୍ଟ ହାତକୁ ଟେକି ଦେବା ବାଲି ମାଫିଆଙ୍କ ପାଇଁ କଚ୍ଚେ ପୁଅ ବାର ସ୍ଥିତି ସୃଷ୍ଟି ହୋଇ ଅବାଧ ବାଲି ଚୋରା ଚାଲାଣର ବାଟ ପରିଷ୍କାର କରିଦେଇଛି। ସମ୍ବଲପୁର ସହରରେ ଥାଇ ମାଇନିଂ ଅଧିକାରୀ ବାଲି, ମାଟି, ମୁରୁମ୍‌‌ ଚୋରା ଚାଳାଣ ରୋକିବାରେ କେତେ ଦୂର ସକ୍ଷମ ଅଟନ୍ତି ଡମଗାଁ ନଦୀରୁ ଗତ କିଛି ଦିନ ହେଲା ଚାଲିଥିବା ବେଆଇନ୍‌‌ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଘଟଣା ତହିଁର ଜ୍ୱଳନ୍ତ ଉଦାହରଣ। ଯେଭଳି ବେଧଡକରେ ବାଲି ଚୋରା ଚାଲାଣ ଚାଲିଛି ମାଇନଂ ବିଭାଗ ପାଖରେ ଏହାର କୌଣସି ଖବର ନାହିଁ ନା ସବୁ ଜାଣି ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଏହା ଚାଲିଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories