ପାତ୍ରପୁର: ଗଞ୍ଜାମ ଜିଲା ସୁରଙ୍ଗି ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଉତ୍କଳ ଦିବସ ପାଳିତ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସାମନାରେ ପ୍ରଦୀପ ପ୍ରଜ୍ଜୋଳନ କରିବା ସହିତ ଉତ୍କଳର ବରପୁତ୍ର ମାନଙ୍କର ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।
ବିଦ୍ୟାଳୟ ଅଧ୍ୟକ୍ଷ ଡ. ପୀତବାସ ପ୍ରହରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଅଧ୍ୟାପକ ଅଭିମନ୍ୟୁ ଭଟ୍ଟ, ଗଦାଧର ମହାପାତ୍ର ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମଞ୍ଚାସିନ ଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଓଡ଼ିଶାର ବିଭିନ୍ନ ବରପୁତ୍ରମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିବା ବେଳେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସବୁ ସ୍ତରରେ ଧ୍ୟାନ ଦେବାକୁ ଅତିଥି ମାନେ ମତ ପୋଷଣ କରିଥିଲେ।



