ପାତ୍ରପୁର: ସିଆରପିଏଫରେ କାର୍ଯ୍ୟରତ ପାତ୍ରପୁର ବ୍ଲକ ବାଦପୁର ଗ୍ରାମର ଜଣେ ଯବାନଙ୍କର ରବିବାର ହୃଦଘାତରେ ପରଲୋକ ଘଟିଛି। ମୃତ ଯବାନଙ୍କ ନାମ ସନ୍ତୋଷ ପ୍ରଧାନ(୪୩) ବୋଲି ଜଣାପଡିଛି। ବାଦପୁର ଗ୍ରାମର ଜୁର ପ୍ରଧାନଙ୍କ ଏକମାତ୍ର ପୁତ୍ର ସନ୍ତୋଷ ଗତ ୨୦୦୩ରେ ସିଆରପିଏଫରେ ଯୋଗ ଦେଇ ବର୍ତ୍ତମାନ ଛତିଶଗଡ଼ର ରାଇପୁରଠାରେ ଯବାନ ଭାବେ କାର୍ଯ୍ୟ କରୁଥିଲେ। ମୃତକ ଯବାନଙ୍କର ଗୋଟିଏ ବିକଳାଙ୍ଗ ପୁଅ ସମେତ ତିନିଜଣ ପୁଅ ଅଛନ୍ତି। ମଙ୍ଗଳବାର ଗାଁରେ ମୃତଦେହ ପହଞ୍ଚିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
Popular Categories



