www.samajalive.in
Saturday, December 6, 2025
23.1 C
Bhubaneswar

ଧରା ପଡିଲା ବାଇକ୍‌‌ ଲୁଟେରା

ରେଙ୍ଗାଲି : ଗାଁକୁ ଯିବା ପାଇଁ ଲିଫ୍ଟ୍ ମାଗି ରାସ୍ତାରେ ବାଇକ୍ ମାଲିକକୁ ମାଡପିଟ କରି ବାଇକ୍ ଲୁଟି ନେଇ ଥିବା ଅଭିଯୁକ୍ତକୁ କତରବଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଡିସେମ୍ବର ୨୨ ତାରିଖ ଦିନ ମୋତିଲାଲ ଝରା (୪୮) ନାମକ ଜନୈକ ବ୍ୟକ୍ତି ବାଇକରେ ବନହରପାଲିରୁ ରେଙ୍ଗାଲି ଅଭିମୁଖେ ଆସୁଥିବା ବେଳେ ବୁନ୍ ବୁନ୍ ଛକରେ ତାଙ୍କୁ ଦୁଇ ଜଣ ଯୁବକ ଗୌତମ ଭଇଁସା(ମୁନୁ) ଏବଂ ପର୍ଶୁରାମ ନାଏକ ଓରଫ୍ ଦିନୁ ମୋତିଲାଲକୁ ଅଟକାଇ ଲିଫ୍ଟ୍ ମାଗି କତରବଗା ଥାନା ଅନ୍ତର୍ଗତ ଲାଙ୍ଗବାହାଲ ଗ୍ରାମରେ ଛାଡିଦେବାକୁ କହିଥିଲେ। ସେମାନଙ୍କ କଥାରେ ମୋତିଲାଲ ରାଜି ହୋଇ ଉଭୟଙ୍କୁ ବାଇକରେ ବସାଇ ଆଣିଥିଲେ। ତେବେ ଲଇଡା ନିକଟସ୍ଥ ଜର୍ଲି ପାଖ ପତ୍ରା ଜଙ୍ଗଲରେ ଗୌତମ ଓ ପର୍ଶୁରାମ ବାଇକ୍ ମାଲିକ ତଥା ଚାଳକ ମୋତିଲାଲକୁ ନିସ୍ତୁକ ମାଡ ମାରି ବାଇକ୍ ଛଡାଇ ନେଇ ଫେରାର ମାରିଥିଲେ। ଏ ସଂକ୍ରାନ୍ତରେ ମୋତିଲାଲ ଲଇଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅନନ୍ତଚରଣ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ ଏହାର ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପର୍ଶୁରାମ ନାଏକକୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରାଯାଇଛି। ପର୍ଶୁରାମ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଇବ୍ ଥର୍ମାଲର ବାସିନ୍ଦା ହୋଇ ଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତ ଗୌତମ ଭଇଁସା କତରବଗା ଥାନା ଅନ୍ତର୍ଗତ ଲାଙ୍ଗବାହାଲ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଲୁଟ୍ ହୋଇଥିବା ବାଇକ୍ ଜବତ କରାଯାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories