www.samajalive.in
Wednesday, November 19, 2025
18.1 C
Bhubaneswar

ଢେଙ୍କିକୋଟରେ ଲୋକଙ୍କ ନିଦ ହଜାଇ ଦେଇଛି ଦନ୍ତା

ପାଟଣା: ଗତ ୩/୪ ଦିନ ହେଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଛି ଏକ ଦନ୍ତା ହାତୀ। ସୋମବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଅଞ୍ଚଳକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ବାଣ ଫୁଟାଇ ହାତୀ ପଲକୁ ଘଉଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ସାନମସିଣାବିଲା ଜଙ୍ଗଲରେ ଏହି ହାତୀଟି ଥିବା ଢେଙ୍କିକୋଟ ବନପାଳ ଚିତ୍ତରଞ୍ଜନ ପରିଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଢେଙ୍କିକୋଟ ବଜାର ଅଞ୍ଚଳରେ ଘର କରି ରହୁଥିବା ମୁରଲୀଧର ସାହୁଙ୍କ ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ହାତୀକୁ ଘଉଡ଼ାଇ ଦିଆ ଯାଇଥିଲା। ଏହି ହାତୀଟି ୪ ଦିନ ମଧ୍ୟରେ ସାନମସିଣାବିଲା ଛକ ଢ଼ାବା ପଛପଟେ ଗୋଟିଏ ଘରକୁ ୨ ଥର ଭାଙ୍ଗି ଦେଇଥିବାବେଳେ ସାନବରବେଡାରେ ମଧ୍ୟ ଗୋଟିଏ ଦୋକାନ ଭାଙ୍ଗିଛି। ସେହିପରି ମୀନା ମୁଣ୍ଡାଙ୍କ ଘର ମଧ୍ୟ ହାତୀ ଆକ୍ରମଣରେ ଆଂଶିକ ଭାଙ୍ଗିଥିବାବେଳେ ପଞ୍ଚାନନ ମୁଣ୍ଡାଙ୍କ ଘର ଭାଙ୍ଗି ହାତୀଟି ଧାନ ଓ ଚାଉଳ ଖାଇଥିବା ଅଭିଯୋଗ ହୋଇଥିଲା।

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories