www.samajalive.in
Saturday, December 6, 2025
16.1 C
Bhubaneswar

ସାଢେ ୩ ମାସ ହେଲା ବିନା ପିଇଓରେ ଚାଲିଛି ସାଲଡ ଗ୍ରାମପଞ୍ଚାୟତ

ରେଙ୍ଗାଲି: ସରକାର କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା କାର୍ଯ୍ୟକ୍ଷମ କରି ପଞ୍ଚାୟତକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ବୋଲି ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସାଲଡ ଗ୍ରାମପଞ୍ଚାୟତରେ ଗତ ସାଢେ ୩ମାସ ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ ଖାଲି ପଡିବା ଏହାର ଜ୍ୱଳନ୍ତ ଉଦାହରଣ। ବିନା ନିର୍ବାହୀ ଅଧିକାରୀରେ ଏହି ପଞ୍ଚାୟତର କାମ କିପରି ଚାଲୁଥିବ ତାହା ସହଜେ ଅନୁମେୟ। ସରପଞ୍ଚ ସତ୍ୟନାରାୟଣ ମହାନନ୍ଦିଆ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ବିଡିଓଙ୍କୁ ୪/୫ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

ନିର୍ବାହୀ ଅଧିକାରୀ ନଥିବାରୁ ପଞ୍ଚାୟତର ଉନ୍ନତିକରଣ କାମ ଠପ୍ ହୋଇ ପଡିଛି । ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚ ସତ୍ୟନାରାୟଣ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଳକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପଚରାଯିବାରୁ ସାଳଡ ପଞ୍ଚାୟତ ପାଇଁ ଅବସ୍ଥାପିତ କରାଯାଇଥିବା ନିର୍ବାହୀ ଅଧିକାରୀ ଉକ୍ତ ପଞ୍ଚାୟତର ଦାୟିତ୍ବ ନେବାକୁ ମନା କରୁଥିବାରୁ ଏଭଲି ସମସ୍ୟା ଦେଖାଦେଇଛି। ଏହାର ସମାଧାନ ତଥା ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଅଫିସକୁ ଚିଠି କରାଯାଇଛି। ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ବ୍ଳକ ଉନ୍ନୟନ ଅଧିକାରୀ ଦଳପତି କହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories