www.samajalive.in
Saturday, December 13, 2025
27.1 C
Bhubaneswar

ଟ୍ରାକ୍ଟର ଓଲଟି ୨ମୃତ, ୪ ଗୁରୁତର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ ରାତି ସର୍ଗିପାଲିଠାରୁ ପୁରୁଣା ରାଞ୍ଚିରୋଡ ରାସ୍ତାକୁ ସଂଯୋଗ କରୁଥିବା ପିଏମଜିୱାଇ ରାସ୍ତାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ରବିବାର ରାତିରେ ଧାନ ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ହେବା ଫଳରେ ଏହି ଅଘଟଣ ଘଟିଥିବା ପୁଲିସ ଓ ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।

ଧାନ କିଆରିରୁ ଧାନ ଆଣିବା ପାଇଁ ଏକ ଟ୍ରାକ୍ଟର ଯୋଗେ ଡ୍ରାଇଭର ସମେତ ୬ଜଣ ଶ୍ରମିକ ମିଶି ଯାଉଥିବା ବେଳେ ସର୍ଗିପାଲି ଉପରକଟା ବୁଲାଣି ନିକଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଅଜିତ କିସାନ ଓ ରାମପ୍ରସାଦ ଭଇଁଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୪ଜଣ ପ୍ରସାଦି ମିର୍ଦ୍ଧା, ସନୁ ମିର୍ଦ୍ଧା, ସୁଶାନ୍ତ ମିର୍ଦ୍ଧା, ଭାସ୍କର ମିର୍ଦ୍ଧା ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରାଯାଇ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କତରବଗା ଆଇଆଇସି ଅନନ୍ତ ଚରଣ ସାହୁ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories