ଶ୍ରୀପୁରାରେ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ
ରେଙ୍ଗାଲି: ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କମ୍ପାନୀ ପକ୍ଷରୁ କାରଖାନା ପ୍ରଭାବିତ ସମ୍ବଲପୁର ଜିଲ୍ଲା ସୀମାନ୍ତରେ ଥିବା ଝାରସୁଗୁଡା ଜିଲାର ଶ୍ରୀପୁରା ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମମାନଙ୍କୁ ଆଜି ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସର କମ୍ପାନୀର ସିଏସଆର କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀର ମହିଲା କ୍ଲବ ଆକାଂକ୍ଷା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀପୁରା ପଞ୍ଚାୟତର ସରପଞ୍ଚ ଯଶୋବନ୍ତ ପାଣ୍ଡେ ମୁଖ୍ୟଅତିଥି ରୂପେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ହ୍ବିଲ୍ ଚେୟାର୍, ଟ୍ରାଇ ସାଇକେଲ, ଆଶାବାଡି, ଆକର୍ଷଣ, ଶ୍ରବଣ ଯନ୍ତ୍ର ଆଦି ଉପକରଣ ବଣ୍ଟନ କରିଥିଲେ।
ଆକାଂକ୍ଷା ମହିଲା କ୍ଲବ ର ସଭାପତି ନିଲମ ସିଂହ କାର୍ଯ୍ୟକ୍ରମ ପରିଚାଳନା କରି କମ୍ପାନୀ ପକ୍ଷରୁ ଆକାଂକ୍ଷା ମହିଳା କ୍ଲବ ମାଧ୍ୟମରେ କାରଖାନା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ଉନ୍ନତି ଓ ସମାଜିକ କ୍ଷେତ୍ରରେ ସମସ୍ତଙ୍କୁ ସଶକ୍ତିକରଣ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ।
Comments are closed.