www.samajalive.in
Saturday, December 6, 2025
23.1 C
Bhubaneswar

ନର୍କକୁଣ୍ଡ ପାଳଟିଛି ଗୋଲାମାଲ-କର୍ମାଟିକ୍ରା ରାସ୍ତା

ରେଙ୍ଗାଲି : କତରବଗା ପଞ୍ଚାୟତ ଅନ୍ତର୍ଗତ ଗୋଲାମାଲ ଶନିମନ୍ଦିର ସ।ମ୍ନାରୁ ଏକ ରାଇସ୍ ମିଲ୍ଏବଂ ରିଲାଏବୁଲ୍ ସ୍ପଞ୍ଜ ଆଇରନ୍ କାରଖାନା ପାଶ୍ୱର୍ ଦେଇ କର୍ମାଟିକ୍ରା ଗ୍ରାମକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା କାଦୁଅରେ ପରିପୂର୍ଣ ହୋଇ ନର୍କକୁଣ୍ଡ ଭଳି  ପଡି ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ସ୍ପଞ୍ଜ ଆଇରନ୍ କାରଖାନା ଏବଂ ରାଇସ୍ ମିଲ୍ କୁ ଯାତାୟାତ କରୁଥିବା ଭାରି ମାଲବାହୀ ଯାନ ଏହି ରାସ୍ତାରେ ଚଳାଚଳ କରୁବାରୁ ରାସ୍ତାର ଅବସ୍ଥା ଏଭଳି ଅତି ଶୋଚନୀୟ ହୋଇ ପଡିଛି ବୋଲି ସଚେତନ ନାଗରିକ ମହଲରେ ଅଭିଯୋଗ ହେଉଛି। ତେବେ କ୍ଷୋଭର ବିଷୟ ଯେ ଅପନ୍ତରା ଅବସ୍ଥାରେ ପଡିଥିବା ଏହି ରାସ୍ତାର ମରାମତି କି ପୁନଃ ନିର୍ମାଣ, ରକ୍ଷଣାବେକ୍ଷଣ ଦିଗରେ କାରଖାନା ମାଳିକ କି ମିଲ୍ ମାଳିକ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ମିଲ୍ ଏବଂ ସ୍ପଞ୍ଜ ଆଇରନ୍ କାରଖାନାର ଭାରିଯାନ ଏହି ପଞ୍ଚାୟତ ରାସ୍ତାରେ ଚଳାଚଳ କରୁଥିବା ଦୃଷ୍ଟିରୁ ରାସ୍ତାର ରକ୍ଷଣାବେକ୍ଷଣ ମରାମତି କରିବା ଉଭୟ ଶିଳ୍ପାନୁଷ୍ଠାନର ନୈତିକ ଦାୟିତ୍ୱ ଅଟେ। ଉଭୟ ଶିଳ୍ପ ଅନୁଷ୍ଠାନ ରାସ୍ତାର ଦୟନୀୟ ଅବସ୍ଥା ଦେଖି ମଧ୍ୟ ମରାମତି ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି।
ଏସଂକ୍ରାନ୍ତରେ କତରବଗା ସରପଞ୍ଚ ନିଳାମ୍ବର ରୋହିଦାସଙ୍କୁ ପଚରା ଯିବାରୁ କର୍ମାଟିକ୍ରା ରାସ୍ତାର ଉନ୍ନିତିକରଣ ପାଇଁ ପ୍ରସ୍ଥାବ ଦିଆଯାଇଛି ଅର୍ଥ ମଞ୍ଜୁର ହେଲା ପରେ ରାସ୍ତା କାମ କରାଯିବା ବୋଲି କହିଛନ୍ତି। ଏହାବ୍ୟତୀତ ଏହି ରାସ୍ତାରେ ସ୍ପଞ୍ଜ ଆଇରନ୍ ଏବଂ ରାଇସ୍ ମିଲ୍ ର ଭାରି ଯାନ ଚଳାଚଳ କରୁଥିବାରୁ ଉଭୟ ଅନୁଷ୍ଠାନର କର୍ମଚାରୀଙ୍କୁ ଡକାଇ ରାସ୍ତାର ରକ୍ଷଣାବେକ୍ଷଣ ତଥା ମରାମତି ପାଇଁ କୁହାଯିବା ବୋଲି ସରପଞ୍ଚ ଶ୍ରୀ ରୋହିଦାସ କହିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories