ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ପଣ୍ଡଲୋଇ ଠାରେ ଥିବା ଶ୍ୟାମ୍ ମେଟାଲିକ୍ସ କାରଖାନା କତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ନିୟମର ଖୋଲା ଉଲ୍ଲଘଂନ କରୁଥିବାର ନଜିର୍ ଦେଖିବାକୁ ମିଳିଛି। କାରଖାନାରୁ ନିର୍ଗତ ଦୂଷିତ ପାଉଁଶର ଘୂର୍ଣ୍ଣିଝଡରେ ରାସ୍ତା ଅନ୍ଧକାରମୟ ହୋଇଯାଇ ଥିବାରୁ ଗମନାଗମନ କରୁଥିବା ଯାତ୍ରା ଅଣନିଶ୍ବାସୀ ହୋଇ ଯାଇଥିବାର ଦେଖିବାକୁ ମିଳିଛି।
ଏହି କାରଖାନାରୁ ନିୟମିତ ଏଭଲି ପ୍ରଦୁଷଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ତଥା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରୁ ନଥିବାରୁ କମ୍ପାନୀ ବେଧଡକରେ ପ୍ରଦୂଷଣ କରି ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ସଡକ ହୋଇ ଥିବା ଏହି ରାସ୍ତାରେ ପାଉଁଶ ଝଡର କଳା ବାଦଳ ବାରମ୍ବାର ଦୁର୍ଘଟଣାର କାରଣ ହୋଇଛି।



