ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଂଚାୟତ ର ଖଲିଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ମୂଲ୍ୟବାନ ଗଛ କାଟିନେଉଥିବା ନେଇ ଗ୍ରାମରେ ଉତେଜନା ଦେଖାଯିବା ସହ ଥାନାରେ ଏତଲା ଦେଲେ ଗ୍ରାମବାସୀ।
ସୂଚନା ମୁତାବକ ଖଲିଗୁଡା ଗ୍ରାମରେ ଥିବା ବହୁପୁରାତନ ପ୍ରାଇମେରୀ ବିଦ୍ୟାଳୟ ପରିସରରେ ଆଜକୁ ୩୦ ବର୍ଷରୁ ଉର୍ଦ୍ଧ ହେବ ବହୁ ମୂଲ୍ୟବାନ ଗଛ ତଥା ଶାଗୁଆନ, ଚlକୁଣ୍ଡା ଏବଂ ଆକାଶିଆ ଗଛ ସବୁ ଲଗାଯାଇଥିଲା। ସେହି ସବୁ ଗଛ ଗୁଡିକୁ ଆଜି ସେହି ଗ୍ରାମର ନାହର ବେନ ହିୟାଲ,ଜର୍ଜ ବିନ ହିଆଲ,ଚିନାବାବୁ ହିଆଲ, ନାହୁସ ହିଆଲ, ବିନୟ କଚିମ, ଶ୍ୟାମ ପରାଜ କଚିମ ଏବଂ ରାଜେନ୍ଦ୍ର ବାଘ ପ୍ରମୁଖ ସ୍କୁଲ ପରିସରରେ ଥିବା ମୂଲ୍ୟବାନ ଗଛ କାଟୁଥିବା ସମୟରେ ବିଦ୍ୟାଳୟ କମିଟି ଏବଂ ଗ୍ରାମବାସୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଅନୁଷ୍ଠାନର ଗଛ କାଟିବାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହେବାସହ ଉତେଜନା ଦେଖାଦେବା ପରେ ଗ୍ରାମବାସୀ ଏବଂ ବିଦ୍ୟାଳୟ କମିଟି ସଭ୍ୟଙ୍କ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଡାବୁଗାଁ ଥାନାରେ ଏକ ଏତଲା ଦେବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିବା ଜଣାପଡିଛି। ଖବର ପାଇ ବନବିଭାଗ ତରଫରୁ କଟା ଯାଇଥିବା ଗଛକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଅଛି।



