www.samajalive.in
Sunday, December 14, 2025
23.1 C
Bhubaneswar

ପଣ୍ଡରୀପାଲିରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟନ କଲେ ଜିଲାପାଳ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ତବଡାବାହାଲ ଗ୍ରାମ ପଞ୍ଚାୟତର ପଣ୍ଡରୀପାଲି ଗ୍ରାମରେ ଆଜି ଜିଲାପାଳ ଅନନ୍ୟା ଦାସ ଏକ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଉଦଘାଟନ କରିଛନ୍ତି। ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ଫଳରେ ଅଞ୍ଚଳର ଦୁଗ୍ଧ ଚାଷୀମାନଙ୍କ ଅନେକ ଦିନର ସ୍ୱପ୍ନ ସାକାର ହୋଇପାରିଛି। ପଣ୍ଡରିପାଲି, କୁଦାମୁଣ୍ଡା, ଟାମ୍ପରକେଲା, ଠୁରୁପାଲି, ଝାଙ୍କରପାଲି, କୁସୁମଡିହି, ପଣ୍ଡିଆପାଲି, ଲାଉମାଲ, ରୁନିମହୁଲ ଆଦି ୯ଟି ଗ୍ରାମରେ ଗୋଟିଏ ଲେଖାଏଁ ପ୍ରାଥମିକ ଦୁଗ୍ଧ ସମିତି ଗଠନ କରାଯାଇ ଆଜି ପ୍ରଥମ ଦିନରେ ୧୫୬ ଲିଟର ଦୁଗ୍ଧ ସଂଗୃହୀତ ହୋଇଥିଲା।

କାର୍ଯ୍ୟକ୍ରମରେ ରେଙ୍ଗାଲି ବିଡିଓ କୃଷ୍ନଚନ୍ଦ୍ର ଦଳପତି, ତବଡାବାହଲ ସରପଞ୍ଚ ମମତା ପୂଜାରୀ,ଦୁଗ୍ଧ ସଂଘର ସଭାପତି ବିଦ୍ୟାଧର ପଧାନ, ଦୁଗ୍ଧ ସଂଘର କନିଷ୍ଠ ପରିଚାଳକ ସଞ୍ଜିବକୁମାର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ସଂଘର ଆକାଉଣ୍ଟଟେଣ୍ଟ ପ୍ରଶାନ୍ତ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories