ରେଙ୍ଗାଲି : ରେଙ୍ଗାଲି ବ୍ଲକ ଲଇଡା ଗ୍ରାମ ପଞ୍ଚାୟତର ବୈଜାପାଲି ଗ୍ରାମର ମଝି ରାସ୍ତା କାମ ଅସମ୍ପୂର୍ଣ୍ଣ ଥିବାରୁ କଂକ୍ରିଟ ହୋଇ ନଥିବା ରାସ୍ତାରେ ପାଣି ଓ କାଦୁଅ ଜମା ହୋଇ ଯାତାୟତରେ ସମସ୍ୟା ଦେଖା ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସଂପ୍ରତି ବର୍ଷା ଋତୁରେ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ରାସ୍ତାରେ ଯିବା ଆସିବା ଅତି କଷ୍ଟକର ହୋଇପଡୁଛି। ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଅସମ୍ପୂର୍ଣ୍ଣ ଥିବା ରାସ୍ତାର କଂକ୍ରିଟ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦେବାନନ୍ଦ ଜୟପୁରିଆ, ପଟେଲ ଜୟପୁରିଆ, ଧରଣୀଧର ବାଗ, ନିରଞ୍ଜନ ତଣ୍ଡିଆ, ଦେବରାଜ ସୁନାନୀ,ବିରଞ୍ଚି ସୁନାନୀ ଗୁରୁପ୍ରସାଦ ତଣ୍ଡିଆ ପ୍ରମୁଖ ଗ୍ରାମବାସୀ ସରପଞ୍ଚଙ୍କ ନିକଟରେ ଲିଖିତ ଦାବୀ କରିଛନ୍ତି।
Popular Categories



