www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ସାଙ୍ଗ ମଧ୍ୟରେ ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ପୁରୁଣାବସ୍ତି ଗ୍ରାମରେ ଆଜି ଅପରାହ୍ନରେ ଦୁଇ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଯୁକ୍ତି ତର୍କ ହୋଇ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି। ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତନାଘନା କରି ହତ୍ୟାକାରୀ ଚିନ୍ତାମଣୀକୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି। ହତ୍ୟାରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି।

ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ରେଙ୍ଗାଲି ପୁରୁଣା ବସ୍ତି ସ୍କୁଲ ପାଖରେ ବସ୍ତିର ଚିନ୍ତାମଣୀ ସାହୁ (୨୬) ଏବଂ ତା’ର ସାଙ୍ଗ ଅଭିଷେକ ଖମାରୀ (୨୫) ସହିତ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍‌‌କ୍ଷିପ୍ତ ହୋଇ ଚିନ୍ତାମଣୀ ଏକ ଟାଙ୍ଗିଆରେ ଅଭିଷେକକୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଅଭିଷେକ ମୃତ୍ୟୁ ବରଣ କରିଥିବାର ପ୍ରକାଶ। ସାଇନ୍‌‌ଟିଫିକ୍‌‌ ଟିମ୍‌‌ ପହଞ୍ଚି ଘଟଣାସ୍ଥଳର ଯାଞ୍ଚ କରିବା ସହିତ ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ପୁଲିସ ମୃତଦେହର ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମୃତ ଅଭିଷେକର କାକା ଆକାଶ ଖମାରୀଙ୍କ ଏତଲା ଅଧାରରେ ରେଙ୍ଗାଲି ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି। ଆସନ୍ତାକାଲି ଅଭିଯୁକ୍ତ ଚିନ୍ତାମଣୀକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories