www.samajalive.in
Thursday, December 11, 2025
16.1 C
Bhubaneswar

ଆଦିବାସୀ ଗ୍ରାମକୁ ବସତି ଚିନ୍ତାବେଳେ ରାସ୍ତା ପାଲଟିଛି ମରଣଯନ୍ତା

ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଘଲଟି ମଧ୍ୟମ ଜଳସେଚନ ଯୋଜନାର ଉପର ମୁଣ୍ଡରେ ବସବାସ କରୁଥିବା ପାଞ୍ଚ ଆଦିବାସୀ ଗ୍ରାମର ଲୋକଙ୍କୁ ବସତି ଚିନ୍ତା ଘାରିଥିବା ବେଳେ ଯାତାୟତ ରାସ୍ତା ପାଲଟିଛି ମରଣ ଯନ୍ତା । ଏହି ସବୁ ଗ୍ରାମ ହେଲା ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତର ଏଲଗଲ, ବେହେରାପୁଟୁ, ଶିରିସୀଗଣ୍ଡ, ଝରିବାଡ଼, ମାଡୁଆ ବୋଲି ଜଣାପଡ଼ିଛି। ଏହି ସବୁ ଗ୍ରାମର ଲୋକମାନେ ବାଘଲଟି ଜଳ ଭଣ୍ଡାର ଉପର ଅଂଶରେ ବସବାସ କରନ୍ତି । ଗ୍ରାମମାନଙ୍କର ଗୋଟିଏ ପାର୍ଶ୍ୱରେ ବାଘଲଟି ଜଳଭଣ୍ଡାର ଥିବା ବେଳେ ଅନ୍ୟ ତିନି ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଛି। ସମସ୍ତ ଗ୍ରାମରେ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଲୋକମାନେ ଗ୍ରାମରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଜଳଭଣ୍ଡାରରେ ଡଙ୍ଗାରେ ପାର ହେଉଥିବା ବେଳେ ଅନ୍ୟ ଗୋଟିଏ ପଥ ଦଶ କିଲୋମିଟର ତାଡ଼କା ସାହି ପର୍ଯ୍ୟନ୍ତ ରହିଛି। ତାଡକା ସାହିରେ ବିଭିନ୍ନ ସରକାରୀ ସହାୟତା ସମ୍ପାଦନ ହେଉଛି।ଜାହାରି ଫଳରେ ଲୋକ ମାନେ ଜଙ୍ଗଲ ପଥରେ ଏହି ପଥ ଅତିକ୍ରମ କରି ଯିବା ସହ ଜିନିଷ ସଂଗ୍ରହ କରିବା ବିଭିନ୍ନ କାର୍ଯ୍ୟାଳୟକୁ ବସ ଧରି ପାତ୍ରପୁର ଏବଂ ଅନ୍ୟ ସ୍ଥାନ କୁ ଯାଇଥାଆନ୍ତି। ଏହି ସବୁ ଗ୍ରାମର ଲୋକେଙ୍କ ଜଳଭଣ୍ଡାର ରେ ଦେଶୀ ଡଙ୍ଗାରେ ପାର ହେବା ସହିତ ବିଭିନ୍ନ ସମୟରେ ଅଘଟଣକୁ ଦେଖି ପ୍ରଶାସନ ତରଫରୁ ଦୁଇଟି ଯନ୍ତ୍ର ଚାଳିତ ଡଙ୍ଗା ପ୍ରଦାନ କରାଯାଇଛି। ତେବେ ଲୋକମାନେ ବହୁ ସମୟରେ ତାଡ଼କା ସାହି ଯିବାକୁ ପଡୁଥିବା ବେଳେ ଲୋକଙ୍କ ଦାବୀ ପରେ ବାଘଲଟି କର୍ତ୍ତୃପକ୍ଷ ତାଡ଼କା ସାହିଠାରୁ ଏଲଗଲ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣପାଇଁ ଟେଣ୍ଡେର କରୁଥିଲେ। ତେବେ ଠିକାଦାର ରାସ୍ତାର କିଛି କାମ କରି ବନ୍ଦ କରିବାର ଦୀର୍ଘ ବର୍ଷ ବିତିଗଲାଣି। ଏବେ ଲୋକମାନେ ଯାଉଥିବା ରାସ୍ତା ବର୍ଷା ଋତୁ ପରେ ଖାଲ ଖମା ହୋଇପଡିଛି। ଘାଟି ରାସ୍ତାରେ ପଥର ବାହାରି ଯାତାୟତ ଅସୁବିଧା ହେଉଛି। ପୂର୍ବରୁ ଟ୍ରାକ୍ଟର ବାଇକ ଯାତାୟତ କରୁଥିବା ବେଳେ ଏବେ ସାଇକେଲ ଯିବା କଷ୍ଟ କର ହୋଇ ପଡୁଛି। ଜାହାରି ଫଳରେ ଲୋକ ମନେ ଅସୁବିଧା ଭୋଗୁଛନ୍ତି। ଗତ ତିତଲି ବେଳେ ଏହି ସବୁ ଗ୍ରାମରେ ପାଣି ପଶି ବହୁ କ୍ଷତି ହୋଇଥିଲା। ଏପରିକି ଅଦିନିଆ ବର୍ଷରେ ଏଲଗଲ ଗ୍ରାମରେ ପାଣି ପଶି ନଷ୍ଟ ହୋଇଥିଲା। ଏହାପରେ ପ୍ରଶାସନପକ୍ଷରୁ ବିଭିନ୍ନ ସମୟରେ ଏହିସବୁ ଗ୍ରାମକୁ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସ୍ଥିର ହୋଇଥିଲା। ଲୋକମାନେ ତୁରୁବୁଡି ପଞ୍ଚାୟତ ଝଗଡା ପଲ୍ଲୀ ନିକଟରେ ଘର କରି ରହିବାପାଇଁ ନିଷ୍ପତ୍ତି କରି ପ୍ରଶାସନକୁ ଜଣାଇଥିଲେ। ଏହାପରେ ପ୍ରଶାସନପକ୍ଷରୁ ଏହି ନୂତନ ସ୍ଥାନ ଚିହ୍ନଟ କରିଥିଲେ। ଗତ ବର୍ଷ ଲୋକମାନେ ପହଞ୍ଚି ପୂଜା ପାଠ କରିବା ସହ କିଛି ଲଟାବୁଦା ସଫା କରିଥିଲେ। ଗତ ସପ୍ତାହରେ ଏହି ସ୍ଥାନକୁ ସମତଳ କରିବା ସହ ଲଟା ସଫା ଆରମ୍ଭ ହୋଇ ଥିଲା। ତେବେ ଲୋକମାନେ ଗ୍ରାମରେ ଥିବା ଯାଏ ବ୍ୟବହାର କରୁଥିବା ତାଡକା ସାହି ରାସ୍ତା ମରାମତି ସହ ଝଗଡା ପଲ୍ଲୀ ଠାରେ ଚିହ୍ନଟ ସ୍ଥାନରେ ନୂତନ ବସତି ସ୍ଥାପନ ପାଇଁ ପ୍ରଶାସନ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରି ଥଇଥାନ କଲେ ଲୋକମାନଙ୍କ ଦୁଃଖ ଦୂର ହୋଇପାରିବ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories