MEllora 950×100

ଲଇଡା ହାଇସ୍କୁଲରେ ବିଜ୍ଞାନ ମେଳା

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲଇଡା ହାଇସ୍କୁଲରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୧୯ଟି ପ୍ରକଳ୍ପ ସ୍ଥାନିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ମନୋଜ ମେଣ୍ଡଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲଇଡା ସରପଞ୍ଚ ଜ୍ୟୋସ୍ନରାଣୀ ସା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଏସ୍‌‌.ଏମ୍‌‌ଡିସି ସଭାପତି ବିବେକାନନ୍ଦ ସାହୁ, କେନାଢିପା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମୋଘ ବୈରୀଗଞ୍ଜନ ନାଏକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଡିପଏ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଟେଲ ଏବଂ ଜେ.କେ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଞ୍ଜୟ ସାହୁ ବିଚାରକ ରୂପେ ଯୋଗ ଦେଇଥିଲେ।

Comments are closed.