ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକ ଅଞ୍ଚଳରେ ବେଆଇନ୍ ଭାରିଯାନ ପାର୍କିଂକୁ ବିରୋଧ ତଥା ପାର୍କିଂ ବନ୍ଦ ଦାବୀ ନେଇ ଆଜି ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଏବଂ ସମିତି ସଭ୍ୟା ଅନିତା ସିଂହଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ମହିଲା ଏବଂ ପୁରୁଷ ଠେଲକୋଲୋଇ ଥାନା ସମ୍ମୁଖରେ ଗଣଧାରଣା ଦେଇଥିଲେ। ରେଙ୍ଗାଲି ତହସିଲଦାର ବର୍ସିଅସ୍ ଡୁଙ୍ଗଡୁଙ୍ଗ ଘଟଣା ସ୍ଥଳକୁ ପହଞ୍ଚି ଆଇଆଇସି ବିଧୁଭୂଷଣ ମିଶ୍ରଙ୍କ ସହିତ ଆନ୍ଦୋଳନକାରିମାନଙ୍କ ସହିତ ଆଲୋଚନା ଏବଂ ବୁଝାସୁଝା କରି ସମସ୍ୟାର ସମଧାନ ପାଇଁ ପ୍ରତିଶ୍ରୁତି ଦେଲା ପରେ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା ୨ଟା୩୦ ମିନିଟ୍ ସମୟରେ ପ୍ରତ୍ୟାହୃତ ହୋଇଥିଲା। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖିଣ୍ଡା ଛକ ଅଞ୍ଚଳରେ ପୁଳିସ ମୁତୟନ ରହି ଛକ ଅଞ୍ଚଳରେ ଯେପରି ଗାର୍ଡି ପାର୍କିଂ ହେବ ନାହିଁ ସେଦିଗରେ ପଦକ୍ଷେପ ନେବେ। ପାର୍କିଂ ସମସ୍ୟା ର ସ୍ଥାୟୀ ସମଧାନ ପାଇଁ ଆସନ୍ତା ୬ ତାରିଖ ଦିନ ସଦର ଏସ୍.ଡି.ପି..ରେଙ୍ଗାଲି ତହସିଲଦାର, ଖିଣ୍ଡା ସରପଞ୍ଚ,ସମିତି ସଭ୍ୟ, ଗ୍ରାମବାସୀ ଏବଂ ଏନ୍.ଏଲ୍.ସି ଅଧିକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ଆଲୋଚନା ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ବାବୁଲୁ ରାଉତ, ହିମାଂଶୁ ମଲ୍ଲିକ, ରୁଦ୍ର ପ୍ରଧାନ, ଦୁର୍ଗା ଭୋଇ, ରୋହିତ ରାଉତ, ନିରଞ୍ଜନ ବଢେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Popular Categories



