www.samajalive.in
Saturday, December 13, 2025
26.1 C
Bhubaneswar

ରେଙ୍ଗାଲିରେ ଲୁଟିଆ ସକ୍ରିୟ, ୩ଘଣ୍ଟାରେ ୨ଲକ୍ଷ ୫୦ହଜାର ଟଙ୍କା ଲୁଟ୍‍

ରେଙ୍ଗାଲି: ରେଙ୍ଗାଲିରେ ବାଇକ୍‍ ଡିକି ଭାଙ୍ଗି ଟଙ୍କା ଲୁଟି ନେଉଥିବା ଗ୍ୟାଙ୍ଗ୍‍ ଆଜି ସକ୍ରିୟ ହୋଇ ଉଠିଛନ୍ତି। ଆଜି ଦିନ ୨ଟାରୁ ୫ଟା ଭିତରେ ଦୁଇଟି ବାଇକର ଡିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଲୁଟିଆ ମାନେ ଚମ୍ପଟ୍‍ ମାରିଛନ୍ତି। ପ୍ରଥମ ଲୁଟ୍‍ ଘଟଣା ଦିନ ୨ଟାରେ ଘଟିଥିଲା। ରେଙ୍ଗାଲି ବ୍ଳକ୍‍ ରେଙ୍‍ଗଲୋଇ ପଞ୍ଚାୟତର ପହାଡପାଲି ଗ୍ରାମର ସିଆର୍‍ପିଏଫ୍‍ ଜବାନ୍‍ ପ୍ରମୋଦ କୁମାର ପଟେଲ ରେଙ୍ଗାଲି ସମବାୟ ବ୍ୟାଙ୍କ ଶାଖାରେ ଜମା ହୋଇଥିବା ୨ ଲକ୍ଷ ଟଙ୍କା ଉଠାଣ କରି ଏକ ବ୍ୟାଗରେ ଭର୍ତ୍ତି କଲା ପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ବାଇକରେ ଭର୍ତ୍ତି କରିଥିଲେ। ବାଇକରେ ଶ୍ରୀ ପଟେଲ୍‍ ରେଙ୍ଗାଲି ବସ୍‍ଷ୍ଟାଣ୍ଡ ପାଖରେ ଥିବା ପାଢି ପ୍ରିଣ୍ଟର୍ସ ସାମ୍ନାରେ ବାଇକ୍‍ ଅଟକାଇ ପୁଅ ଝିଅଙ୍କ ପାଇଁ ଖାତା କିଣିବାକୁ ଯାଇଥିବା ବେଳେ ଲୁଟିଆମାନେ ଡିକି ଭାଙ୍ଗି ଭିତରେ ଥିବା ୨ଲକ୍ଷ ଟଙ୍କା ଧରି କଳା ରଙ୍ଗର ହୋଣ୍ଡା ୟୁନିକର୍ନ ବାଇକରେ ଦ୍ରୁତ ଗତିରେ ଫେରାର୍‍ ମାରିଥିଲେ। ଡିକି ଭାଙ୍ଗିବାର ଶଦ୍ଦ ଶୁଣି ଶ୍ରୀପଟେଲ୍‍ ଟଙ୍କା ଲୁଟ୍‍ ହେଉଥିବାର ଦେଖି ଲୁଟେରାମାନଙ୍କୁ ଧରିବା ପାଇଁ କିଛି ବାଟ ଦୌଡିଥିଲେ ମଧ୍ୟ ଧରିପାରିନଥିଲେ।

ଅନ୍ୟଏକ ଘଟଣା ସନ୍ଧ୍ୟା ୫ଟା ରେ ସଂଘଟିତ ହୋଇଥିଲା। ବାସୁପାଲି ଗ୍ରାମର ରାଜେଶ ସାହୁ ତାଙ୍କ ଚାଷ ଜମିର ଧାନ ବିକ୍ରି କରିଥିବା ଟଙ୍କା ରେଙ୍ଗାଲି ସମବାୟ ବ୍ୟାଙ୍କ୍‍ ଶାଖାରେ ଜମା ହୋଇଥିଲା। ଆଜି ଶ୍ରୀ ସାହୁ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣି ବାଇକ୍‍ ଡିକିରେ ଭର୍ତ୍ତି କରି ଘରକୁ ଫେରିବା ବଳେ ମହାବୀର ଛକରେ ଥିବା ପ୍ରେମ୍‍ ମେଡିକାଲ୍‍ ଷ୍ଟୋର୍‍ ପାର୍ଶ୍ବରେ ଥିବା ଜଗା ଦୋକାନ ରୁ ଗୋରସ ପେକେଟ୍‍ କିଣିବା ପାଇଁ ଦୋକାନ ପାଖରେ ବାଇକ୍‍ ପାର୍କିଂ କରିଥିଲେ। ଗୋରସ କିଣିବାକୁ ଯାଇଥିବାର ସୁଯୋଗ ନେଇ ଲୁଟିଆ ମାନେ ଡିକି ଭାଙ୍ଗି ଦେଇ ଡିକିରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇ ଫେରାର୍‍ ହୋଇଯାଇଥିଲେ। ଏହି ଦୁଇଟି ଘଟଣାରେ ପୁଲିସ ତନାଘନା ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories