www.samajalive.in
Saturday, December 13, 2025
23.1 C
Bhubaneswar

ବିଧାୟିକାଙ୍କ ଦ୍ଵାରା ସ୍ବାସ୍ଥ୍ୟ ଓ ବିକାଶ ସମ୍ବନ୍ଧୀୟ ଜରୁରୀ ବୈଠକ

ରେଙ୍ଗାଲିକ୍ୟାମ୍ପ: ବ୍ଲକ କାର୍ଯ୍ୟାଳୟର ସଭଗୃହରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର ପ୍ରମୁଖ ମଞ୍ଚାସିନଥିଲେ । ଏହି ବୈଠକରେ ଅଞ୍ଚଳରର ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, ଶିଶୁ ବିକାଶ, କୃଷି, ପଶୁ ସମ୍ପଦ ଆଦି  ବିଭାଗୀୟ ସମସ୍ୟା ଓ ତାର ସମାଧାନ ନିମନ୍ତେ କି. କି ପଦକ୍ଷେପ, କି.କି ଯୋଜନା  କରାଯାଇପାରିବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହା ପରେ ୬୪ ଜଣ ବିଧବା, ୧୫ ଜଣ ଅବିବାହିତା, ୨୫ ଜଣ ଦିବ୍ୟାଙ୍ଗ, ୩ଜଣ ମହିଳା ଓ ୮୨ ଜଣଙ୍କୁ ବାର୍ଦ୍ଧକ୍ୟ ମାନଙ୍କୁ ମୋଟ ୧୮୯ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ,ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ଉପସ୍ଥିତ ରହି ଉପରୋକ୍ତ ସମସ୍ୟା ଗୁଡ଼ିକର ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଜୁ ଜନତା ଦଳର ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଧାୟିକା ପ୍ରତିନିଧି ଗଣେଶ ସାହୁ, ବଳରାମ ପ୍ରଧାନ, ଟଙ୍କ ଦାଶ, ସତ୍ୟ ମିଶ୍ର ତଥା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।  ଶେଷରେ ଗିରୀନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories