www.samajalive.in
Thursday, December 11, 2025
18.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଲୋକେ କ୍ଷତିଗ୍ରସ୍ତ

ରେଙ୍ଗାଲି: ରେଙ୍ଗାଲି ବ୍ଳକ ଅଞ୍ଚଳରେ ଗତ କିଛିଦିନ ହେଲା ଲଗାଣ ତଥା ଅବିଶ୍ରାନ୍ତ ବର୍ଷା ଯୋଗୁଁ ବ୍ଳକର ଅନେକ ଗ୍ରାମରେ ଘର କାନ୍ଥ ଭାଙ୍ଗି ଲୋକେ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳୁଛି । ଏପରିକି କେତେକ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଥିବାର ମଧ୍ୟ ଜଣା ପଡିଛି । କିନାଲୋଇ ଗ୍ରାମ ପଞ୍ଚାୟତର କିରାବନ୍ଧ ଗ୍ରାମର ସେବତୀ ମିର୍ଦ୍ଧା ଏବଂ ବୁଧବାରି ମିର୍ଦ୍ଧାଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ ଘଣ୍ଟମାଲ ଗ୍ରାମ ର ଭିମସେନ ପୋଢଙ୍କ ଘର ମଧ୍ୟ ଭାଙ୍ଗିଯାଇଥିବାର ଜଣାପଡିଛି । ଠିକ୍‌ ସେହିପରି ଲଇଡା ଭୁୟାଁପଡାର ଦିବାକର ଧରେଇ ଏବଂ ରଙ୍ଗଟିକ୍ରା ଗ୍ରାମର ଘେନ ଧୁରୁଆ ନାମ୍ନୀ ଜନୈକ ମହିଳାଙ୍କ ଘର ଅବିଶ୍ରାନ୍ତ ବର୍ଷାରେ ଭଙ୍ଗି ଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ତାରପୋଳିନ୍‌ ଯୋଗାଇ ଦିଅଯାଇଥିବା ସୂଚନା ମିଳିଛି । ତେବେ ବର୍ଷା ଯୋଗୁ ଘର ଭାଙ୍ଗି ଯାଇ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହେଉଛି । କିନାଲୋଇ ଏବଂ ଲଇଡା ପଞ୍ଚାୟତ ଭଲି ବ୍ଳକର ଅନ୍ୟ ପଞ୍ଚାୟତରେ ମଧ୍ୟ ଅବିଶ୍ରନ୍ତ ବର୍ଷା ଯୋଗୁଁ ଅନେକ ଘର କାନ୍ଥ ଭାଙ୍ଗି ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାର ସର୍ଭେ କରାଯାଇ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଏବଂ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି ହେଉଛି ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories