www.samajalive.in
Wednesday, December 10, 2025
18.1 C
Bhubaneswar

ନବରଙ୍ଗପୁର ସରସ୍ଵତୀ ବିଦ୍ୟା ମନ୍ଦିର ପୂରାତନ ଛାତ୍ର ସଂସଦର ନୂତନକମିଟି ଓ କାର୍ଯ୍ୟାଳୟ ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ସରସ୍ଵତୀ ବିଦ୍ୟା ମନ୍ଦିରର ପୂରାତନ ଛାତ୍ରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ପୂର୍ବ ଛାତ୍ରଛାତ୍ରୀ ଏଵଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦର ନୂତନ କାର୍ଯ୍ୟାଳୟ ଉଦଘାଟିତ କରାଯାଇଥିବା ସହିତ ସଂଘର ନୂତନ କମିଟି ପ୍ରସ୍ତୁତ କରାଯାଇଥିଲା । ଉକ୍ତ ବୈଠକ ରେ ଦକ୍ଷିଣ ସମ୍ଭାଗ ପ୍ରମୁଖ ମିହିର କୁମାର ମିଶ୍ର ଏବଂ ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ  ଦେବେନ୍ଦ୍ର ଧାକଡ ଅଧ୍ୟକ୍ଷତା କରିଥିଲେ । ସଂଘର ନୂତନ ସଭାପତି ଭାବେ ଦିବ୍ୟସିଂହ ପଟ୍ଟନାୟକ, ଉପସଭାପତି ଶିବ ଶଙ୍କର ପଟ୍ଟନାୟକ, ସମ୍ପାଦକ ସି.ଏଚ. ଭେଙ୍କେଟେଶ, ସହ ସମ୍ପାଦକ  ଆଲୋକ ସାହୁ, ଯୁଗ୍ମ ସମ୍ପାଦକ  ଲଲିତ ଜୈନ, କୋଷାଧ୍ୟକ୍ଷ ପି. ମନିକଣ୍ଟା, ପୀୟୂଷ ଜୈନ, କାର୍ଯ୍ୟାଳୟର ପ୍ରମୁଖ ସୋମେଶ୍ୱର ସାହୁ,  ଆଲୋକ ପାଣିଗ୍ରାହୀ,  ସିଦ୍ଧାର୍ଥ ପଣ୍ଡାଙ୍କୁ ମନୋନିତ କରାଯାଇଥିଲା । ଏହି ବୈଠକରେ ଅଜିତ ପଟ୍ଟନାୟକ,  ସୁମନ୍ତ ଜୈନ, ଡଃ. ହିମାଂଶୁ ଶେଖର ମିଶ୍ର,  ଗିରିଶ ଆଚାରୀ, ସିଏଚ. ରମେଶ, ଟି. ନିକେଶ୍ ଯୋଗ ଦେଇଥିଲେ । ବରିଷ୍ଠ ଗୁରୁଜୀ  ବାବ୍ରୁ ବାରିକ  ଧନ୍ୟବାଦ୍ ଜ୍ଞାପନ କରି ଆଜାଦିର ଅମୃତ ମହୋତ୍ସବର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ରାଷ୍ଟ୍ର ଗୀତିକା ବନ୍ଦେମତରମ୍ ଗାନ କରି ସଭା ଶେଷ କରାଯାଇଥିଲା ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories