ଆରମ୍ଭ ହେଲା ବୁଲାଣି ରାସ୍ତା ସଂପ୍ରସାରଣ କାମ

ରେଙ୍ଗାଲି: ପୁରଣାରାଞ୍ଚି ରୋଡର ଲାଲଛକରୁ କତରବଗା ଗ୍ରାମ ଦେଇ ରେଙ୍ଗାଲିକୁ ସଂଯୋଗ କରୁଥିବା ରାସ୍ତାର ଗୋଳାମାଲ-ପଧାନପାଲି ଗାଁ ମୁଣ୍ଡରେ ଏକ ବିପଦଜନକ ସଂକିର୍ଣ ବୁଲାଣି ରହିଛି। ଏହି ବୁଲାଣି ରେ ନିରନ୍ତର ବ୍ୟବଧାନ ରେ ଯାନବାହାନ ଦୁର୍ଘଟଣା ଗ୍ରସ୍ତ ହୋଇ ଲୋକେ କ୍ଷତାହତ ହେଉଥିବାର ନଜିର ରହିଛି। ଏସଂକ୍ରାନ୍ତରେ ଏକାଧିକ ଥର ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସଂପ୍ରତି ବୁଲାଣି ରାସ୍ତା ର ସଂପ୍ରସାରଣ କାମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ରାସ୍ତାନିର୍ମାଣ ହେବା ପରେ ଏହି ଦୁର୍ଘଟଣା ପ୍ରବଣ ବୁଲାଣି ରାସ୍ତା ସଂପ୍ରସାରଣ କରାଯାଉଥିବାରୁ ଜନସାଧାରଣ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

kalyan agarbati

Comments are closed.