୨ବର୍ଷ ପରେ ଭିନ୍ନକ୍ଷମଙ୍କୁ ମିଳିଲା ହ୍ୱିଲ୍‌ ଚେୟାର୍‌ 

ରେଙ୍ଗାଲି: ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ମିତୀ ମାହାଣା, ବୀଭିଷଣ ଓରାମ, ସୁନିଲ ମୁଣ୍ଡା, ସୌନା ଓରାମ, ବିଭିଷଣ ଓରାମ ପ୍ରମୁଖ ୪ଜଣ ଭିନ୍ନକ୍ଷମ ଗତ ୨ବର୍ଷ ହେଲା ହ୍ୱିଲ୍‌ ଚେୟାର୍‌ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ହି୍ୱଲ୍‌ ଚେୟାର୍‌ ମିଳୁନଥିଲା । ଆଜି ରେଙ୍ଗାଲି ବ୍ଳକ୍‌ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରକୁ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବାଗ ଉପରୋକ୍ତ ଭିନ୍ନକ୍ଷମ ମାନଙ୍କୁ ନେଇ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଉପରୋକ୍ତ ଭିନ୍ନକ୍ଷମ ମାନଙ୍କୁ ହ୍ୱିଲ୍‌ ଚେୟାର୍‌ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

Comments are closed.