ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବୋମାଲୋଇ ପଂଚାୟତର ବେନ୍ଦୋ ଜୋର୍ ନାଳ ଉପରେ ନିର୍ମିତ ନୂତନ ପୋଲ ଆଜି ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଆଦିତ୍ୟ ଆଲୁମିନିୟମର ସିଏସ୍ ଆରର୍ ପାଣ୍ଠିରୁ ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଳ ନିର୍ମିତ କରାଯାଇଛି। ଏମ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲାର ସିଇଓ ସମୀର ନାୟକ ସମ୍ମାନିତ ଅତିଥି, ମାନବ ସମ୍ବଳ ବିଭାଗର ସହକାରୀ ଉପ-ସଭାପତି ବିବେକାନନ୍ଦ ମିଶ୍ର, ସିଏସଆର୍ ମୁଖ୍ୟ ଶ୍ବେତା ଉପାଧ୍ୟାୟ, ମହେନ୍ଦ୍ର ଓରାମ, ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ ଗୁରୁ, ନାରାୟଣ ଶର୍ମା, ବୋମାଲୋଇ ସରପଞ୍ଚ ସରସ୍ୱତୀ ପଧାନ, ସମିତି ସଭ୍ୟା ଆଞ୍ଜଳି କିଷାନ, ମୋତିଲାଲ ତନ୍ତୀ, ଦୟାନିଧି ଭଇଁସାଲ, ସମିତି ସମିତି ସଭ୍ଯ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଗୋପାଳ ପଣ୍ଡା, ସତ୍ୟ ନାରାୟଣ ମହାନନ୍ଦିଆ, ସେସଦେଵ ପଧାନ, ସୁଧୀର ନାଥ, ସୁଜିତ ବିଶ୍ୱାଳ, ପଙ୍କଜିନି ରାଉତ, ଦୁର୍ଗା ସାହୁ, ମିତା ମେହେର, ପଦ୍ମଲୋଚନ ଧର, ସରୋଜ ପଧାନ, ଅଶ୍ୱିନୀ ନାଥ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
କମ୍ପାନୀ ତା’ର ସିଏସଆଇ ପାଣ୍ଠିରୁ ଆଖପାଖ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ କମ୍ପାନୀର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କମ୍ପାନୀ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।



