www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାସ୍ତରୀୟ ସାଂସ୍କୃତିକ ଦଳ ଚୟନ

ନବରଙ୍ଗପୁର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଜିଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ସାଂସ୍କୃତିକ ଦଳ ଚୟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ଏହି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ୱେବ୍ ପୋର୍ଟାଲ୍ ବିକାଶ କରାଯାଇ ଅନ୍ ଲାଇନ୍ ମାଧ୍ୟମରେ ଜିଲାର ବିଭିନ୍ନ ସାଂସ୍କୃତିକ ଦଳମାନଙ୍କୁ ପଞ୍ଜୀକରଣ କରିବା ପାଇଁ ଆହ୍ବାନ କରାଯାଇଥିଲା। ନବରଙ୍ଗପୁର ଜିଲାର ସର୍ବମୋଟ ୩୩ ଗୋଟି ସାଂସ୍କୃତିକ ଦଳ ଏଥିରେ ପଞ୍ଜୀ କରଣ କରିଥିଲେ। ସେଥିମଧ୍ୟରୁ ୨୫ ଗୋଟି ଦଳ ଚୟନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜ କଳାର ପାରଦର୍ଶିତା ପ୍ରଦର୍ଶନ କରିଥିଲେ।

 

- Advertisement -

ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଦୁଇ ଦିନ ଧରି ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ଦଳ ଚୟନର ବିଚାରପତି ଭାବେ ନାଟ ଗୁରୁ ନରସିଂହ ତ୍ରିପାଠୀ, କଳାକାର ଦେବଦାସ ମହାକୁଡ, ଅଧ୍ୟାପିକା ଡ.ସଂଯୁକ୍ତ ପଣ୍ଡା, ଫାଲଗୁନୀ ପାତ୍ର, ଯୁଗଳ ତ୍ରିପାଠୀ, ମନୋରମା ମାଝୀ, ପ୍ରେମ୍ ଚାନ୍ଦ ପଟ୍ଟନାୟକ, ଜ୍ୟୋତି ପରିଛା ପ୍ରମୁଖ ଯୋଗଦେଇ ସାଂସ୍କୃତିକ ଦଳ ଚୟନରେ ସହଯୋଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ପରିଷଦର ସାମାଜିକ ଓ ସାଂସ୍କୃତିକ ପ୍ରରଚକ ଶ୍ୟାମସୁନ୍ଦର ପୁଝାରୀ, ଏ ସନ୍ତୋଷ, ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ରାଜେନ୍ଦ୍ର ମାଝୀ, ନୀଳକଣ୍ଠ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories