ରେଙ୍ଗାଲି: ରେଙ୍ଗାଲି ବ୍ଲକ ଘିଚାମୁରା ପଞ୍ଚାୟତର ବେଉଁରା ଗ୍ରାମରେ ସ୍ଵାଧୀନ ଏକତା ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ଏବଂ ମହାବୀର କ୍ଲବର ସହଯୋଗରେ ଆଜି ଏକ ଯୁବମଙ୍ଗଳ କାରୀ ପ୍ରଶିକ୍ଷଣ ଓ ସକାରାତ୍ମକ ଜୀବନଶୈଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ସ୍ଵାଧୀନ ଏକତା ସଂଗଠନର ସଭାପତି ରାଜୀବ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମର ଆରାଧ୍ୟ ଦେବତା ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଗଠନର ସଂଯୋଜକ ଶ୍ରୀ ପଦ୍ମନାଭ ଭୋଇ ଅତିଥିମାନଙ୍କୁ ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରଥିଲେ।
ନେହେରୁ ଯୁବ କେନ୍ଦ୍ର ବ୍ଲକ ସଂଯୋଜକ ଅଜିତ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ମହାବୀର କ୍ଲବର ସଭାପତି ଜିତୁ ବାରିକ ସଭା ପରିଚଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ହରିହର ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସକରାତ୍ମକ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ, ସମ୍ମାନନୀୟ ଅତିଥି ଵେଉଁରା ବନପାଳ ବିଭାଗ ପ୍ରବୀଣ ସିଂ ପରିବେଶର ସୁରକ୍ଷା ଉପରେ ଲୋକମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ।
ବେଉଁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ କୁମାର ସାହୁ ଶୃଙ୍ଖଳିତ ସମାଜ ଗଠନ ଓ ଅଙ୍ଗନୱାଡ଼ି କର୍ମୀ କୁମୋଦୀନି କିଶାନ ସୁନ୍ଦର ସ୍ୱାସ୍ଥ୍ୟ ଓ କରୋନାର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ହରିଶ ସା ସମାଜରେ ଯୁବକମାନଙ୍କର ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିତେନ୍ଦ୍ର ତ୍ରିପାଠୀ, ଆଶିଷ ଶର୍ମା, ଦୁଷ୍ମନ୍ତ ମାଝୀ, ଇନ୍ଦ୍ରଜିତ ଡ଼ିଲା, ଉପେନ୍ଦ୍ର ମିର୍ଦ୍ଧା, ସୁବ୍ରତ ସାହୁ, ରଜତ ବାରିକ, ଅନିଲ ସାହୁ, ସୁନିଲ ସେଠ୍, ଲକ୍ଷ୍ମଣ ସାହୁ, ତ୍ରିଲୋଚନ ବାଗ, ମା ଅନ୍ଧାରୀ କ୍ଲବ ସଭାପତି ବିଜୟ ବେସନ, ସିଦ୍ଧି ବିନାୟକ୍ କ୍ଲବର ସମ୍ପାଦକ ଜୟରାମ ଧାରୁଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଗ୍ରାମର ବହୁସଂଖ୍ୟକ ଯୁବକ, ଯୁବତୀ ଅଂଶଗ୍ରହଣ କରିଥିଲେ।



