ପାଟଣା: ମିଲର୍ସ ଅଥରିଟି ସ୍ଲିପ ବା (ମାସ୍) ସଠିକ ସମୟରେ ଆସୁ ନଥିବାରୁ ଟୋକନ ଥାଇ ମଧ୍ୟ ଚାଷୀମାନେ ଧାନ ବିକ୍ରି ପାଇଁ ମଣ୍ଡିରେ ହନ୍ତସନ୍ତ ହେଉଛନ୍ତି। ପାଟଣା ବ୍ଲକ ଯମୁନାପଶି ଧାନ ମଣ୍ଡିରେ ଅନୁରୂପ ସମସ୍ୟା ଦେଖାଦେବା ପରେ ଚାଷୀମାନେ ମଣ୍ଡିରେ ଧାନ ଦେଇଥିଲେ ମଧ୍ୟ ବହୁ ପରିମାଣରେ ଧାନ ମଣ୍ଡିରେ ଗଦା ହୋଇ ରହିଛି। ଫେବୃଆରୀ ୩ରୁ କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ସହ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରିଥିବାରୁ ମଣ୍ଡିରେ ଧାନ ପଡ଼ି ରହିଲେ ବର୍ଷାରେ ନଷ୍ଟ ହେବା ଆଶଙ୍କା ରହିଛି। ସଠିକ୍ ସମୟରେ ମିଲର୍ସ ଅଥରିଟି ସ୍ଲିପ ଲ୍ୟାମ୍ପ୍ସ କତୃପକ୍ଷଙ୍କ ନିକଟରେ ପହଞ୍ଚୁ ନଥିବାରୁ ଯେଉଁ ବହୁ ବିଧ ସମସ୍ୟା ଉପୁଜୁଛି ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ ଦାବି ଜଣାଇଛନ୍ତି।
Popular Categories



