ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁଲିସ ଓ ପ୍ରଶାସନ ପକ୍ଷରୁ କୋଭିଡ୍ ଆଇନକୁ କଡାକଡି ଭାବରେ ଲାଗୁ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଆଜି ସନ୍ଧ୍ୟାରେ ବିଡିଓ ଶଙ୍କର ପ୍ରସାଦ ସାହୁ ଏବଂ ରେଙ୍ଗାଲି ଆଇଆଇସି ଧବଳେଶ୍ଵର ସାହୁ ସଦଳବଳେ ବାହାରି ମାସ୍କ ଚେକିଂ କରିବା ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଦୋକାନ ସାମ୍ନାରେ ସାମାଜିକ ଦୂରତା ଅମାନ୍ୟ କରି ଭିଡ କରିଥିବା ଦୋକାନୀଙ୍କ ଠାରୁ ମଧ୍ୟ ଜୋରିମାନା ଅସୁଲ କରାଯାଇଛି। ଆଗାମୀ ଦିନରେ ଯାଞ୍ଚ ଆହୁରି କଡାକଡି କରାଯିବ ବୋଲି ବିଡିଓ ଏବଂ ଆଇଆଇସି କହିଛନ୍ତି।
Popular Categories



