www.samajalive.in
Sunday, December 14, 2025
15.1 C
Bhubaneswar

ତବଡାବାହଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ତବଡାବାହାଲ ଗ୍ରାମରେ ସ୍ୱାଧୀନ ଏକତା ସଙ୍ଗଠନ ଏବଂ ରେଡକ୍ରସ୍ ପକ୍ଷରୁ ତବଡାନାହାଲର ବୀର ବଜରଙ୍ଗବଳୀ କ୍ଳବର ସହଯୋଗରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଡା. ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିଥିଲେ। ତବଡାବାହାଲ ଅଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମୁକୁନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇ ଶିବିରର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଶିବିରରେ ବିଭିନ୍ନଗ୍ରାମରୁ ଆସିଥିବା ୩୩୪ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଏବଂ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ୧୪ ଜଣ ଚକ୍ଷୁରୋଗୀଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ସେମାନଙ୍କର ମାଗଣାରେ ଅସ୍ତ୍ରପୋଚାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଡାକ୍ତର ଅଶିଶ କୁମାର ପଣ୍ଡିତ, ଗିରିଜା ପ୍ରସାଦ ସାହୁ, ଲଲିତ ପ୍ରଧାନ ଏହି ଶିବିରରେ ଯୋଗ ଦେଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତ୍ରିଲୋଚନ ନେତ୍ରାଳୟର ଟେକ୍ନିସିଆନ୍ ଦେବାଶିଷ ସାହୁ ଏବଂ ତାଙ୍କ ଟିମ୍ ଚକ୍ଷୁରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଏଏନ୍ଏମ୍ ସୁଜାତା ମହାପାତ୍ର, ରେଣୁବାଳା ପଟେଲ ରୋଗୀ ମାନଙ୍କ ରକ୍ତଚାପ ଏବଂ ଓଜନ ପରୀକ୍ଷା କରିଥିଲେ।

ଟିକେଶ୍ୱର ସାହୁ ଓପ୍ରମୋଦ ସାହୁ ରୋଗୀମାନଙ୍କୁ ଔଷଧ ବଣ୍ଟନ କରିଥିଲେ। ସ୍ୱାଧୀନା ଏକତା ସଙ୍ଗଠନର ସଭାପତି ରାଜୀବ ମିଶ୍ର, ସମ୍ପାଦକ ସରୋଜ ବିଶୋଇ, ଉତ୍ତମ ବିଶ୍ୱାଲ, ହରିଶ ସାହା, ସଲିମ୍ ଖାନ, ପଦ୍ମନାଭ ଭୋଇ, ସୁଜିତ ପ୍ରଧାନ, ନବୀନ ସାହୁ, ଆଶିଷ ଶର୍ମା ଏବଂ ତବଡାବାହାଲର ବୀର ବଜରଙ୍ଗବଳୀ କ୍ଳବର ଅନୀଲ ପାଣ୍ଡେ, ମହେନ୍ଦ୍ର ସିଂ, ଦୁବରାଜ ମରେଇ ମହେଶ ମହାପାତ୍ର, ଆଶ୍ରମ ସ୍କୁଲ ପରିଚାଳନା କମିଟିର ସଭାପତି ବିଣାପାଣି ପ୍ରଧାନ, ପୂର୍ଣ୍ଣମୀ ଓରାମ,ତବଡାବାହଲ ସରପଞ୍ଚ ସୂର୍ଯ୍ୟ ଓରାମ ପ୍ରମୁଖ ଶିବିର ଆୟୋଜନ ଏବଂ ପରିଚାଳନାରେ ସକ୍ରିୟ ଦାୟିତ୍ୱ ତୁଲାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories