ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କିନାଲୋଇ ପଞ୍ଚାୟତର ଜୁନାଡିହି ଗ୍ରାମରେ ନବ ନିର୍ମିତ ଶିବ ମଣ୍ଡପକୁ ଆଜି ରେଙ୍ଗାଲି ବିଧାୟକ ନାଉରି ନାଏକ ଲୋକାର୍ପିତ କରିଛନ୍ତି। ବିଧାୟକ ପାଣ୍ଠିରୁ ନିର୍ମିତ ଏହି ମଣ୍ଡପର ଲୋକାର୍ପଣ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଲଇଡା ମଣ୍ଡଲ ବିଜେପି ସଭାପତି ପ୍ରକାଶ ପୃଷ୍ଟି, ପୂର୍ବତନ ସଭାପତି ଜୟନାରାୟଣ ନାଏକ, ପୂର୍ବତନ ସରପଞ୍ଚ ରାମକୃଷ୍ଣ ଦାସ, ଅଶୋକ ରୋହିଦାସ ଅତିଥି ଭାବେ ଯୋଗ ଦେଇଥିଲେ।
Popular Categories



