www.samajalive.in
Friday, December 12, 2025
16.1 C
Bhubaneswar

ବିଜେଡିର ମିଶ୍ରଣ ପର୍ବ, ଏକ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡିରେ ସାମିଲ

ନବରଙ୍ଗପୁର/ପାପଡାହାଣ୍ଡି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ଦଳ ସଜାଡ଼ିବା ସହ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସ୍ଥାନେ ସ୍ଥାନେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରି ଦଳରେ ଲୋକଙ୍କୁ ସାମିଲ କରାଯାଉଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ ୨ର ମୈଦଲପୁର ଠାରେ ରବିବାର ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲା ଉପ ସଭାପତି ବଦ୍ରିନାରାୟଣ ସିଂ ଙ୍କ ସଭାପତିତ୍ବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲା ପରିଷଦ ଉପାଧ୍ୟକ୍ଷା ଭଗବତି ଭତରା, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ସେମଳା ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ପାଛୋଟି ସଭା ସ୍ଥଳକୁ ନିଆଯାଇଥିଲା।

 

- Advertisement -

କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପି ଦଳ ତ୍ୟାଗ କରି ପ୍ରାୟ ଏକ ହଜାରର ଅଧିକ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ। ସେମାନଙ୍କୁ ବିଜେଡ଼ିର କର୍ମକର୍ତ୍ତା ସ୍ୱାଗତ କରିଥିଲେ। ସେମଳା ସରପଞ୍ଚ ଭାନୁମତି ପୂଜାରୀ ଓ କଣ୍ଟାମାଳ ପୂର୍ବତନ ସମିତି ଗୋପାଳ ବିଶୋଇ ନିଜର ଶତାଧିକ ସହକର୍ମୀ ମାନଙ୍କ ସହ ବିଜେଡିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ନବୀନ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ପ୍ରଦୀପ ମାଝୀ ଅଭିଭାଷଣ ରଖିଥିଲେ। ବିଧାୟକ ରନ୍ଧାରି ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ, ନବୀନଙ୍କ ନୀତି ଆଦର୍ଶ ବିଷୟରେ କହିଥିଲେ। ପାପଡାହାଣ୍ଡି ଜିଲା ପରିଷଦ ୨ ଜୋନ କଂଗ୍ରେସର ଗଡ଼ ଥିଲା ବେଳେ କିପରି ଏ ନିର୍ବାଚନରେ ନିଜ ଅକ୍ତିଆରକୁ ବିଜେଡି ନେଇପାରିବ ସେ ବିଷୟରେ କର୍ମୀମାନଙ୍କୁ ନେତା ମାନେ ଆହ୍ୱାନ ଦେଇଥିଲେ। ବୈଠକରେ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories