www.samajalive.in
Saturday, December 13, 2025
23.1 C
Bhubaneswar

ଗୁଚ୍ଛାପାଲିରେ ଉଆଁସ ବଳିଯାତ୍ରା

ରେଙ୍ଗାଲି: ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଆଦ୍ୟ ଆବିର୍ଭାବ ସ୍ଥଳି ହେଉଛି ଭେଡନ ନଦୀର ସିମୁଳି ମୁହାଣ ସମଲେଇ ଦରହ। ଭେଡେନ ନଦୀ ସମଲେଇ ଦରହରେ ୧୭୭୦ ମସିହାର ଆଶ୍ୱିନ ଅମାବାସ୍ୟା ଦିନ ସମଲେଶ୍ୱରୀ ଦେବୀଙ୍କ ଆବିର୍ଭାବର ସ୍ମୃତିକୁ ଆଧାର କରି ପ୍ରତିବର୍ଷ ଅମାବାସ୍ୟା ତିଥିରେ ବଳିଯାତ୍ରା ଆୟୋଜିତ ହୋଇ ଆସୁଛି। ଏହେି କ୍ରମରେ ଗତ ରାତିରୁ ଭେଡେନ ନଦୀର ସମଲେଇ ଦରହରୁ ଆରମ୍ଭ ହୋଇ ଥିବା ଉଆଁସ ବଳିଯାତ୍ରା ଆଜି ମଧ୍ୟାହ୍ନରେ ସମାପିତ ହୋଇଯାଇଛି। ମଙ୍ଗଳବାର ରାତିରେ ସମଲେଇ ଦରହରେ ପୂଜକ କ୍ଷୀରୋଦ ଚନ୍ଦ୍ର ପୂଜାରୀ ଶାକ୍ତ ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା ଚଣ୍ଡିପାଠ ହୋମ ଅଦି ବିଧି ସମ୍ପନ୍ନ କରି ଦେବୀବାହନ ବରୁଆର ଶରୀରରେ ଦୈବ ଶକ୍ତି ସଞ୍ଚାରିତ କରିଥିଲେ।

ଦୈବୀ ଶକ୍ତି ସଞ୍ଚାରିତ ହେଲା ପରେ ଢୋଳ, ତାସା, ମହୁରୀର ଷୋହଳଭରନିର ବାଦ୍ୟ ଏବଂ ଘଣ୍ଟଘଣ୍ଟା ବାଦ୍ୟର ତାଳରେ ଦେବୀଙ୍କ ସାକ୍ଷାତ ଅବତାର କୁହାଯାଉଥିବା ବରୁଆ ନୃତ୍ୟ କରି ଗ୍ରାମ୍ୟ ପରିକ୍ରମାରେ ବାହାରି ଗୁଚ୍ଛାପାଲି ଗ୍ରାମ୍ୟ ପରିକ୍ରମା କରିଥିଲେ। ଛତରବାଉତି, ମଶାଳ, ପାଟଖଣ୍ଡା ଆଦି ସହିତ ବରୁଆକୁ ପ୍ରତ୍ୟେକ ଘରେ ସ୍ୱାଗତ କରାଯାଇ ଶ୍ରଦ୍ଧାଳୁ ଭକ୍ତମାନେ ପୂଜା ଅର୍ଚ୍ଚନା କରି ଭୋଗ ନୈବେଦ୍ୟ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା। ଗୁଚ୍ଛାପାଲି ଗ୍ରାମ ପରିକ୍ରମା କଲା ପରେ ବରୁଆ ଲଇଡା ଗ୍ରାମ ପରିକ୍ରମା ପାଇଁ ଆସିଥିଲେ। ଲଇଡା ଗ୍ରାମରେ ମଧ୍ୟ ଦେବୀ ବାହନ ବରୁଆକୁ ପ୍ରତି ଘରେ ସ୍ୱାଗତ କରାଯାଇ ବିଧିମତେ ପୂଜା ଅର୍ଚ୍ଚନା କରି ଭୋଗ ନୈବେଦ୍ୟ (ମଡୋ) ଅର୍ପଣ କରାଯାଇଥିଲା। ଦେବୀ ବାହନ ବରୁଆ ମଧ୍ୟାହ୍ନ ୧୨ଟାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଅବସରରେ ଜମିଦାର ପୃଥ୍ୱୀରାଜ ସିଂ ଏବଂ ଦିଲ୍ଲିପ ସିଂ ଏବଂ ମନ୍ଦିର ପରିଚାଳନାର ସ୍ଥାୟୀ କମିଟୀ ଓ ବଳିଯାତ୍ରା ପୂଜା କମିଟୀର କର୍ମକର୍ତ୍ତା ବରୁଆଙ୍କୁ ସ୍ୱାଗତ କରିଥିଲେ।

- Advertisement -

ଚଳିତ ବର୍ଷ ରଙ୍ଗଟିକ୍ରା ଗ୍ରାମର ଦ୍ୱାରିକା ଭୋଇ (ମୁନୁ) ବରୁଆ ଦାୟିତ୍ୱ ନିର୍ବାହ କରିଥିଲେ। ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରରେ ବରୁଆର ଚାଚ୍ରି ନୃତ୍ୟ ଏବଂ ଜମିଦାରଙ୍କ ଖଣ୍ଡା ଚାଳନା ପରେ ବରୁଆ ଶରୀରରୁ ପୂଜକ ମନ୍ତ୍ର ପ୍ରୟୋଗ କରି ଦୈବୀ ଶକ୍ତି ଅପସାରଣ କରିନେବା ପରେ ବରୁଆ ପାଟ୍‍ ଯାଇ ଯାତ୍ରା ସମାପ୍ତ ହୋଇଥିଲା। ଏହି ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତ ସମବେତ ହୋଇ ଦେବୀଙ୍କ ଦର୍ଶନ କରିଥିଲେ। ପୂଜା କମିଟୀର ସଭାପତି ପ୍ରେମଦୀପ ସାହୁ (ପିଣ୍ଟୁ), ସମ୍ପାଦକ ସନ୍ତୋଷ ପ୍ରଧାନ, ଉପ-ସଭାପତି ସପ୍‍ଲିନ୍‍ ପ୍ରଧାନ, ସୁରଜ ସାହୁ, କୋଷାଧ୍ୟକ୍ଷ ସାଇଶରଣ ପଟେଲ, ଛନ୍ଦାଚରଣ ରଣା, ଅମୁ ପଟେଲ, ସୁଧିର ପଟେଲ। ଲଇଡା ସରପଞ୍ଚ ଯୁଗଳକିଶୋର ସାହୁ, ବଣ୍ଟି ସାହୁ ମନ୍ଦିର ପରିଚାଳନା ସ୍ଥାୟୀ କମିଟୀର ଉପ-ସଭାପତି ଗୋପବନ୍ଧୁ ପୃଷ୍ଟି, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ. ସଭ୍ୟ ଭବାନୀଶଙ୍କର ଭୋଇ, ସନ୍ତୋଷ କୁମାର ଭୋଇ, ବଳିଯାତ୍ରା କମିଟୀର ପୂର୍ବତନ ସଭାପତି ପ୍ରକାଶ ପୃଷ୍ଟି, ଦୀପକ ପଟେଲ, ଲଇଡା ଗୋଁଡ ସମାଜର ସଭାପତି ସୁବାଷ ନାଏକ, ସମ୍ପାଦକ ଦୟାସାଗର ପଟା ଏବଂ ମନ୍ଦିରର ସେବାୟତମାନେ ଯାତ୍ରା ପରିଚାଳନାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ଯାତ୍ରା ଆୟୋଜିତ ହୋଇଥିଲା।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories