ମୋବାଇଲ ଫୋନ ଚୋରୀ ଅଭିଯୋଗରେ ୫ ଗିରଫ

ରେଙ୍ଗାଲିକ୍ୟାମ୍ପ: ଶାରଦୀୟ ନବରାତ୍ର ଦୁର୍ଗାପୂଜାରେ ସ୍ଥାନୀୟ ଅଞ୍ଚଳ ଚଳଚଞ୍ଚଳ ହୋଇଥିବାବେଳେ ଏହାର ସୁଯୋଗ ନେଇ କିଛି ଚୋର ମୋବାଇଲ ଫୋନ ଓ ବାଇକ ଚୋରୀ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ଆଧାର କରି ଆଜି ଅତାବିରା ପୁଲିସ ମୋବାଇଲ ଫୋନ ଓ ବାଇକ୍ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ୫୩ ନଂ ଜାତୀୟ ରାଜପଥ ଗୋଡଭଗା ଗାଆଁରୁ ଅତାବିରା ପୁଲିସ ଏହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଭେଡେନ ଥାନା ଅନ୍ତର୍ଗତ ସୁନିଲ କୁମାର ଶର୍ମା (୨୩), ଦିପେନ୍ ସେଠ୍ (୨୪), ସମ୍ବଲପୁର ଜିଲା ଗୋଶାଳା କଦମ ପଡ଼ାର ରାଜିନ ଦୀପ(୨୯),ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସମଲେଇ ଚୂଆଁ ର ସୌରଭ ଓରଫ ସ୍ବରୂପ କୁମାର ପାଣ୍ଡେ (୨୩) ଓ ଅଇଁଠା ପାଲି ଥାନା ଅନ୍ତର୍ଗତ ରେମେଡର ସୁଶାନ୍ତ ପଧାନ (୪୫)। ଏମାନଙ୍କୁ ଗିରଫ କରି ପୋଲିସ ଏମାନଙ୍କ ପାଖରୁ ଗୋଟିଏ ଲୁହା ଗୁପ୍ତି, କଟରା, ତିନିଟି ଲୁହ ଛଡ, ବଜାଜ ପଲ୍ସର, ହୋଣ୍ଡା ଲିଭୋ, ହିରୋ ଏଚ ଏଫ୍ ଡିଲକ୍ସ ବାଇକ ସମେତ ନଗଦ ନଗଦ ୧୬୩୦ ଟଙ୍କା ଜବତ କରିଛି। ସେହିପରି ଆପଲ ମୋବାଇଲ, ସାମସଙ୍ଗ କିପେଡ ମୋବାଇଲ, ସାମସଙ୍ଗ, ଭିଭୋ, ଏଲଜି ମୋବାଇଲ, ରିଏଲମି ପାୱାର ବ୍ୟାଙ୍କ୍, ୫୦ ଗ୍ରାମ ଓଜନର ଦୁଇଟି ଲଙ୍କା ପାଉଡର ଜବତ କରିଛି।

prayash

ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏମାନଙ୍କ ନାମରେ ଆଗରୁ ଅନେକ ଗୁଡ଼ିଏ ମାମଲା ରହିଛି। ଆଜି ଏମାନଙ୍କ ବିରୁଦ୍ଧରେ ଭାରତୀୟ ପେନାଲ୍ କୋର୍ଟ ଧାରା ୩୯୯/୪୦୨ରେ କେସ ନଂ ୩୩୬/୧,୧୦,୨୦୨୨ରେ ଏକ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କୁ ଧରିବା ପାଇଁ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଙ୍କ ନେରୁତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହି ଦଳରେ ଏସଆଇ ବିପିନ ବାଗ, ଏସଆଇ ଯାଦବ ବାଗ ,ଏସଆଇ ଲଲିତ ନାଗ, ସୁରେଶ ସାହୁ, ମୁକେଶ ମେଶ୍ୱା, ଯାଦବ ଜମଦୂଲିଆ ପ୍ରମୁଖ ଏଥିରେ ସାମିଲ ହୋଇ ଅଭିଯୁକ୍ତମାନଙ୍କୁ ଧରିଥିଲେ।

kalyan agarbati

Comments are closed.