ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଦେବାହାଲ ଅଫ ଲାଇନ ୫୯୧ ଖୁଣ୍ଟି ନଂ ପାଖରେ ଆଜି ଭୋର୍ ୫ ଟାରେ ଜଣେ ବ୍ୟକ୍ତି ପୁରୀ ଦୁର୍ଗ ଇଣ୍ଟରସିଟି ରେଳରେ ପିଟି ହୋଇ ଛିଟିକି ପଡ଼ିଥିଲେ। ଖବର ପାଇ ଦେବାହଲ ଷ୍ଟେସନ ମାଷ୍ଟର ଗିରିଜାନନ୍ଦନ ଦାଶ ରେଙ୍ଗାଲିକ୍ୟାମ୍ପ ରେଳ ଗେଟରେ କାମ କରୁଥିବା କର୍ମଚାରୀଙ୍କୁ ସେହି ସୂଚନା ଦେଇଥିଲେ। ତେଣୁ ଉକ୍ତ କର୍ମଚାରୀ ଜଣକ ଘଟଣା ସ୍ଥଳକୁ ପହଞ୍ଚି ଆହତ ବ୍ୟକ୍ତି ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ବରଗଡ଼ର ଖେଦା ପାଲି ସରକାରୀ ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେଣୁ ବରଗଡ଼ ରେଲୱେ ପୁଲିସକୁ ଖବର କରାଯାଇଥିଲା। ରେଲୱେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଏହାର ତଦନ୍ତ ଆରମ୍ଭ କରିଛି। ଅତାବିରା ପୁଲିସ ମଧ୍ୟ ଏହି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ଯାଞ୍ଚ ଆରମ୍ଭ କରିଦେଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଅତାବିରା ଆରଏମସି ମାର୍କେଟ ପଡ଼ାର ଅରୁଣ ବାଙ୍କ(୨୨) ବୋଲି ଜଣାପଡିଛି।

prayash

ପ୍ରକାଶ ଥାଉ କି ରେଳରେ ବ୍ୟକ୍ତି ଜଣକ ପିଟି ହୋଇଥିବା ଖବର ପ୍ରଥମେ ପୁରୀ ଦୁର୍ଗ ଇଣ୍ଟରସିଟିର ରେଳ ଡ୍ରାଇଭର ଦେବାହଲ୍ ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ । ତେବେ ଏହି ଘଟଣାକୁ କିଛି ଲୋକ ଅଭିସନ୍ଧି ମୂଳକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। କାରଣ ରେଳରେ ଧକ୍କା ହେବା ପରେ ମଧ୍ୟ ବ୍ୟକ୍ତି ଜଣକର ମୁଣ୍ଡରେ କିଞ୍ଚିତମାତ୍ର ଆଘାତ ଲାଗିଥିବା ତଥା ଜୀବନ୍ତ ଅବସ୍ଥାରେ ଗୋଟିଏ ପାର୍ଶ୍ୱରେ ପଡିରହିଥିବା ମନରେ ସନ୍ଦେହ ସୃଷ୍ଟି କରୁଛି। ଏହା ବ୍ୟତୀତ ଗତକାଲି ସକାଳେ ଚାରି ପାଞ୍ଚଜଣ ସାଙ୍ଗସାଥୀ ସହ ମୃତ ଅରୁଣ ଝଗଡା କରୁଥିବା କିଛି ଲୋକ ପ୍ରକାଶ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏସବୁକୁ ବିଶ୍ଳେଷଣ କଲେ ଏହା ଏକ ସୁଚିନ୍ତିତ ହତ୍ୟା ଘଟଣା ବୋଲି ମନେ ହୁଏ । କିନ୍ତୁ ଅନ୍ୟପଟେ ରେଳ ଚାଳକଙ୍କ କହିବା ଅନୁଯାୟୀ ସେ ରେଳରେ ଧକ୍କା ହୋଇ ଛିଟିକି ପଡ଼ିଥିଲେ। ତେଣୁ ଏହା ଦୁର୍ଘଟଣା ବୋଲି କୁହାଯାଇପାରେ। ତେବେ ଏହି ମୃତ୍ୟୁ ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ୟ୍ୟନ୍ତ ରହସ୍ୟାବୃତ ହୋଇ ରହିଛି। ଭଟଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ରେଲୱେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରକୃତ ଅନୁସନ୍ଧାନ କରାଯାଇ ଯଦି ଏହା ହତ୍ୟା ଅଟେ, ତେବେ ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.