ଡକାୟତ ଯୋଜନା ପଣ୍ଡ-ପୋଲିସ ହାତରେ ଧରାପଡ଼ି ତିନି ଦୁର୍ବୃତ୍ତ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଗତ ବିଳମ୍ବିତ ରାତିରେ ଅତାବିରା ପୁଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ତିନିଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ାହୋଇ ଥିଲେ। ସନ୍ଦେହରେ ପାଖକୁ ଯାଇ ଦେଖିଲା ବେଳକୁ ସଶସ୍ତ୍ର ପାଞ୍ଚ ଜଣ ଦୁର୍ବୃତ୍ତ ପାଖରେ ଥିବା ଏକ ବୁଦା ଭିତରେ ଲୁଚିଥିଲେ। ପୁଲିସକୁ ଦେଖି ସେମାନେ ଦୌଡ଼ି ପଳେଇ ଉଦ୍ୟମ କରୁଥିବା ବେଳେ ତିନି ଜଣକୁ ପୋଲିସ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ୭.୬୫ ଏମ୍ ଏମ୍ ର ଅଟୋମାଟିକ ବନ୍ଧୁକ,୨ ଟି ସାମସଂ ମୋବାଇଲ, ଗୋଟିଏ ଓପୋ ମୋବାଇଲ, ଗୋଟିଏ ଟିଭିଏସ ଜୁପିଟର ସ୍କୁଟି, ଗୋଟିଏ ପ୍ୟାକେଟ ଏଭରେଷ୍ଟ ଲଙ୍କା ଗୁଣ୍ଡ, ଗୋଟିଏ ଲୁହା ଭୁଜାଲି ଏବଂ ୧୨୭୦ ଟଙ୍କା ନଗଦ ଜବତ କରିଛି। ଏହି ତିନି ଜଣ ଦୁର୍ବୃତ୍ତ ହେଲେ ସାଗର ସୁନା, ଗୋଶାଳା କଦମପୁର୍, ଆଲୋକ କନ୍ଧ ଦୁର୍ଗାପାଲି, ସମ୍ବଳ ପୁର ଆସିକି ଓରଫ ଆଶିଷ କନ୍ଧ ମୋଦି ପଡ଼ା ସମ୍ବଲପୁରର ବୋଲି ଜଣାପଡିଛି ।

prayash

ପ୍ରକାଶ ଥାଉ କି ଏମାନେ କୌଣସି ସୂତ୍ରଧରଙ୍କ ନିର୍ଦ୍ଦେଶରେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍ ଗୁଡ଼ିକ ଯେଉଁଥିରେ ଚୋରା ବା ଦୁଇ ନମ୍ବରି ଜିନିଷ ଆସୁଥାଏ ,ସେଇ ଗାଡ଼ି ଗୁଡ଼ିକୁ ଡକାୟତ କରିବା ତାଙ୍କ କାମ ବୋଲି ସେମାନେ ପ୍ରକାଶ କରିଥିବା ପୋଲିସ ତଦନ୍ତ ରୁ ଜଣା ପଡ଼ିଛି। ତେବେ ଏହି ତିନି ଜଣଙ୍କ ନାମରେ କେସ ନମ୍ବର ୨୩୬ ତା ୭/୭/୨୨ ଭାରତୀୟ ପେନାଲ୍ କୋର୍ଟ ଧାରା ୨୫ କ୍ରମେ ୩୯୯/୪୦୨ରେ ଏକ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ଦୀପକ ଗୋଛାୟତ,ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ, ଏସ ଆଇ ଯାଦବ ବାଗ, ବିପିନ ବାଗ,ପାଙ୍କଜିନି ତ୍ରିପାଠୀ,ଶ୍ରୀବତ୍ସ ମିର୍ଦ୍ଧା, ଶ୍ରୀକାନ୍ତ ମିର୍ଦ୍ଧା ପ୍ରମୁଖ ଏକ ଦଳ ଗଠନ କରି ଏହି ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଥିଲେ।

kalyan agarbati

Comments are closed.