ରେଙ୍ଗାଲି ବ୍ଲକକୁ ଯକ୍ଷ୍ମାରୋଗ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ସାମୁହିକ ପ୍ରୟାସ ଜରୁରୀ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପକ୍ଷରୁ ବିଞ୍ଜିୁପାଲି ଗ୍ରାମରେ ଆଜି ବିଶ୍ୱ ଯକ୍ଷ୍ମା ନିରାକରଣ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.କୈଲାସ ମାଝି ଯୋଗ ଦେଇ ଯକ୍ଷ୍ମା ରୋଗର ନିଦାନ ଏବଂ ଏହାର ନିରାକରଣ ତଥା ସତର୍କତା ଅବଳମ୍ବନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାରେ ଆଲୋଚନା କରିଥିଲେ। ରେଙ୍ଗାଲି ବ୍ଲକକୁ ଯକ୍ଷ୍ମାରୋଗ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ସାମୁହିକ ପ୍ରୟାସ ଜରୁରୀ ବୋଲି ଡାକ୍ତର ମାଝି ଆହ୍ବାନ ଦେଇଥିଲେ। ଏହାସହିତ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ଓ ନିରାକରଣ ଦିଗ ରେ ନିରନ୍ତର ଭାବରେ ନିଆଯାଉଥିବା ପଦକ୍ଷେପର ପ୍ରଶଂସା କରିଥିଲେ। ବେଙ୍ଗାଲୁରୁ ସ୍ଥିତ ସ୍ୱାସ୍ଥ୍ୟ ସେବା ସଂସ୍ଥା ‘ସଂଭିପ’ ଡା.ମହମ୍ମଦ ଏବଂ ନାଗେଶ ଯୋଗ ଦେଇ ଟେଲି ମେଡିସିନ୍ ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ଏହାର ଉପଯୋଗିତା ସମ୍ବନ୍ଧିତ ଆଧୁନିକ ପ୍ରଣାଳିର ଭିଡିଓ ପ୍ରଦର୍ଶନ କରିଥିଲେ। ସମ୍ବଲପୁରର ଗ୍ରାମ ସେବା ସଙ୍ଗଠନର କାର୍ଯ୍ୟକର୍ତ୍ତା ସୁଶ୍ରୀ ବିଷ୍ଣୁପ୍ରିୟା ଏବଂ ଓମ ପ୍ରକାଶ ଯକ୍ଷ୍ମା ରୋଗ ନିରାକରଣ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ସଂଖ୍ୟକ ମହିଳା/ପୁରୁଷ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଅଂଶ ଗ୍ରହଣ କରିଥିଲେ। ପାରିପାର୍ଶିକ ଉନ୍ନୟନ ବିଭାଗର ମୁଖ୍ୟ ଶ୍ରମତୀ ଶ୍ୱେତା ଉପାଧ୍ୟାୟ ପ୍ରକଳ୍ପ ଆୟୁଷ ମାଧ୍ୟମରେ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଉନ୍ନତିକୁ ତ୍ୱରାନ୍ୱିତ କରାଯିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ସହ-ପ୍ରବନ୍ଧକ ମନୋରଞ୍ଜନ ବେହେରା ସଙ୍କଳ୍ପ ବାର୍ତ୍ତା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.