www.samajalive.in
Saturday, December 6, 2025
17.1 C
Bhubaneswar

ପରୀକ୍ଷା କେନ୍ଦ୍ରକୁ ଯିବା ବାଟରେ କାର ଦୁର୍ଘଟଣାଗ୍ରସ୍ତ, ପରୀକ୍ଷାର୍ଥୀ ଦେଇ ପାରିଲେନି ପରୀକ୍ଷା

ରେଙ୍ଗାଲିକେମ୍ପ: ବଲାଙ୍ଗୀରରୁ ସମ୍ବଲପୁରକୁ ଏକ କାର ନଂ ଓଡ଼ି ୦୩ ଜେ ୦୨୩୩ ଭଡାରେ ନେଇ ଜେନି ରାଜ୍ ଓ ତାଙ୍କ ସମ୍ପର୍କୀୟ ଆଇବିପିଏସ୍ ପରୀକ୍ଷା ଦେବାକୁ ଯିବା ସମୟରେ ବରଗ ଡ଼ଜିଲା ଅତାବିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ଝାଉଁ ନଦୀ ବ୍ରିଜରେ ଉକ୍ତ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କାରର ବାମ ଚକ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଫଳରେ ଡ୍ରାଇଭର ଛିଟିକି ପଡି ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷରେ ପରୀକ୍ଷାର୍ଥୀ ଜେନି ରାଜ୍ ଓ ତାଙ୍କ ସମ୍ପର୍କୀୟ ମୋନାଲିସା, ମୀନା ଓ ବୀଣା ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସେମାନେ ପରୀକ୍ଷା ଦେଇ ପାରିନଥିଲେ।
ସେହିପରି ରାଜରାସ୍ତାରେ ଦୀର୍ଘ ସମୟ ଧରି ବରଗଡ଼-ସମ୍ବଲପୁର ୱେ ରାସ୍ତା ବନ୍ଦ ରହିଥିଲା।  ଦୁର୍ଘଟଣା ଗ୍ରସ୍ତ କାରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ହଟାଇ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ୧୦୮ଆମ୍ବୁଲେନ୍ସ ଯୋଗେ ବୁର୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଛି। ଖବର ପାଇ ଅତାବିରା ପୁଲିସ ଓ ପାଟ୍ରୋଲିଂ ଟିମ ଘଟଣା ସ୍ଥଳକୁ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories