www.samajalive.in
Friday, December 5, 2025
20.1 C
Bhubaneswar

ଧର୍ମଶାଳା ମିଡିଆ କ୍ଲବ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଗଡ଼ମଧୁପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଗଠିତ ଧର୍ମଶାଳା ମିଡିଆ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଆଜି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ କ୍ଲବ ତରଫରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଜଗନ୍ନାଥଙ୍କ ତୈଳଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଯାଇଛି। ପ୍ରଥମ ଥର କ୍ଲବର ସଦସ୍ୟମାନେ ଆଜି ବିଧାୟକଙ୍କୁ ଭେଟିବା ସହିତ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା କରିଥିବା ବେଳେ ବିଧାୟକଙ୍କୁ ସାମ୍ବାଦିକମାନଙ୍କ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ବିଶେଷ କରି ବିଧାୟକ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବା ସହିତ ମନଗଢା ଖବର ପରିବେଷଣ ସମାଜର ହିତ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି କହିଥିଲେ। ସରକାର ସାମ୍ବାଦିକଙ୍କ କିଛି ସମସ୍ୟାକୁ ସମାଧାନ ଦିଗରେ ପ୍ରୟାସ କରିଥିବା ବେଳେ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ଯତ୍ନଶୀଳ ଥିବା କହିଛନ୍ତି। ମିଡିଆ କ୍ଲବର ସଭାପତି ବିମଳ ପତି, କାର୍ଯ୍ୟକାରୀ ସଭାପତି ଶେଷଦେବ ରାଉତ, ଉପ ସଭାପତି ବସନ୍ତ କୁମାର ନାୟକ, ସହ ସମ୍ପାଦକ ସେକ ଦିଲଦାର ଚାନ୍ଦ ସୁଶାନ୍ତ ଗୋଚ୍ଛାୟତ, ଅୟଶକାନ୍ତ ରାଉତ, ଶୁସାନ୍ତ କୁମାର ନାୟକ, ଦୀପକ ଦାସ, ଅଶୋକ ଦାସ, ସେକ ଆଲାଉଦ୍ଦିନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories