www.samajalive.in
Saturday, December 6, 2025
23.1 C
Bhubaneswar

ରେଙ୍ଗାଲିରେ ଧାନବାଦ-ଆଲ୍ଏପି ଏକ୍ସପ୍ରେସ ରହଣି ନ ହେଲେ ଆନ୍ଦୋଳନ ଚେତବାନୀ

ରେଙ୍ଗାଲି : ରେଙ୍ଗାଲି ଷ୍ଟେସନରେ ଧନବାଦ-ଆଲ୍ଏପି ଦ୍ରୁତଗାମୀ ଟ୍ରେନ୍ ରହଣିକୁ ରେଲବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଥିବାରୁ ରେଙ୍ଗାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ରେଙ୍ଗାଲି କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ରେଙ୍ଗାଲି ମରାୱାଡି ଧର୍ମଶାଳା ପରିସରରେ ସଚେତନ ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ରେଲବାଇ ବିଭାଗର ଏତାଦୃଶ ପଦକ୍ଷେପକୁ ତୀବ୍ର ସମାଲୋଚନା ଏବଂ ନିନ୍ଦା କରାଯାଇଥିଲା। ଉପରୋକ୍ତ ଦ୍ରୁତଗାମୀ ଟ୍ରେନ୍ ର  ରେଙ୍ଗାଲିରେ ଷ୍ଟପେଜ୍ କରିବା ପାଇଁ ଡିଆର୍‌ଏମ୍ ଙ୍କୁ ଏକ ପ୍ରତିନିଧିମଣ୍ଡଲ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଅଯାଇଥିଲା। ଏଥିପାଇଁ ଗଠିତ କମିଟିରେ ଅନ୍ତର୍ଯ୍ୟାମୀ ପାଣି ଆବାହକ ରୂପେ ମନୋନୀତ କରାଯାଇଥିବା ବେଳେ ବିଶିକେଶନ ପଣ୍ଡା, ପୂର୍ବତନ ଦୁର୍ଯୋଧନ ଗର୍ଡିଆ,ଅଶୋକ ଅଗ୍ରଓାଲା,ସଲିମ୍ ଖାନ୍ ,କିଶୋର ସାହୁ,ଅଶୋକ ଗୁରୁ,ମୋତିଲାଲ ତନ୍ତି,ବିଶ୍ୱନାଥ ଅଗ୍ରଓାଲା,ଙ୍କୁ କମିଟିର ସଭ୍ୟ ରୂପେ ମନୋନୀତ କରାଯାଇଛି। ଦାବି ପୂରଣ ନ ହେଲେ ରେଲରୋକ ଆନ୍ଦୋଳନ କରାଯିବା ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଏମ.ବି ଗୋପିନାଥନ,ପିତାବସ ତଣ୍ଡକାର,ରାଜାରାମ ମାହାଣ,ଶଶିଭୂଷଣ ସାହୁ,ସୁବାଷ ବିଶ୍ୱାଲ,ବାଳକୃଷ୍ନ ସାହୁ,ରାଜୀବ କୁମାର ମିଶ୍ର,ସନ୍ଦିପ ଶର୍ମା, ଶ୍ରୀପତି ଷଣ୍ଢ,ଅମିତ ସାହୁ ପ୍ରମୁଖ ବହୁ ସଂଖ୍ୟକ ସଚେତନ ନାଗରିକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories