www.samajalive.in
Saturday, December 6, 2025
14.1 C
Bhubaneswar

ଯୌତୁକ ପାଇଁ ପତ୍ନୀ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ପଡାରେ ରହୁଥିବା ମନିଷା ବଗର୍ତ୍ତି (୨୪) ନାମ୍ନୀ ଜନୈକ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକ ପାଇଁ ନିର୍ଯାତନା ଦେଇ ହତ୍ୟା କରିଥିବା ସଂକ୍ରାନ୍ତରେ ଆଜି ଅପରାହ୍ନରେ ମୃତ ମନିଷାଙ୍କ ବାପା ରେଙ୍ଗାଲି ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାର ରେ ରେଙ୍ଗାଲି ଥାନା ମାମଲା ରୁଜୁ କରାଯାଇଛ। ଶବ କୁ ଜବତ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରହିଛି ବୋଲି ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ କହିଛନ୍ତି। ସମ୍ବଲପୁର ଫାଟକର ବାସିନ୍ଦା ହୋଇଥିବା ସୁରେଶ ବଗର୍ତ୍ତି ତାଙ୍କୁ ଝିଅ ମନିଷାଙ୍କୁ ରେଙ୍ଗାଲି ବ୍ଳକ୍ ପଡାର କାହ୍ନୁଚରଣ ଦାସ (୩୦)ଙ୍କ ସହିତ ଏକ ବର୍ଷ ହେଲା ବିବାହ କରିଥିଲେ। ବିବାହର କିଛି ଦିନ ପରେ କାହ୍ନୁଚରଣ ଯୌତୁକା ଦାବି କରି ମନୀଷାଙ୍କୁ ବାରମ୍ବାର ନିର୍ଯ୍ୟାତନା ତଥା ମାଡପିଟ ଦେଉଥିଲେ ବୋଲି ମନିଷାର ବାପା ସୁରେଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୌତୁକ ଦେଇ ପାରିଲିନାହିଁ ବୋଲି ମୋ ଝିଅକୁ ଜ୍ୱାଇଁ କାହ୍ନୁଚରଣ ହତ୍ୟା କରିଛି ବୋଲି ଲିଖିତ ଅଭିଯୋଗ କରିଥିବାର ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories