www.samajalive.in
Sunday, December 7, 2025
16.1 C
Bhubaneswar

ଅମ୍ଳଜାନ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ନୂତନ ପ୍ରୟାସ

ମୁମ୍ବାଇ: ଭାରତରେ ଡାକ୍ତରୀ ଅମ୍ଳଜାନର ଏକ ଅଗ୍ରଣୀ ଯୋଗାଣକାରୀ ଲିଣ୍ଡେ ପିଏଲ୍‍ସି ଇନ୍ ଇଣ୍ଡିଆ ଡାକ୍ତରୀ ଅମ୍ଳଜାନ ଉପକରଣର ଉପଯୁକ୍ତ ଓ ନିରାପଦ ବ୍ୟବହାର ସକାଶେ ସଚେତନତା ବୃଦ୍ଧି ପାଇଁ ଏକ ଗଣ ସେବା ଅଭିଯାନ ‘ସେଭ୍ ଅକ୍ସିଜେନ. ସେଭ୍ ଲାଇଭ୍‍ସ’ ଅଭିଯାନ ଶୁଭାରମ୍ଭ କରିଛି। ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଜରୁରୀ ଚିକିତ୍ସା ଏବଂ ଜୀବନ ରକ୍ଷା କ୍ଷେତ୍ରରେ ଡାକ୍ତରୀ ଅମ୍ଳଜାନର ଭୂମିକା ସମ୍ପର୍କରେ ଅପ୍ରତ୍ୟାଶିତ ଭାବେ ବର୍ଦ୍ଧିତ ଦୃଷ୍ଟି ଆକର୍ଷଣ କରିଛି।
ଏ ସମ୍ପର୍କରେ ପ୍ରକାଶ କରି ଲିଣ୍ଡେ ଦକ୍ଷିଣ ଏସିଆ ହେଡ୍‍ ମୋଲୟ ବାନାର୍ଜୀ କହିଛନ୍ତି, ଭାରତ ଆଉ ଥରେ ଏଭଳି ସଙ୍କଟ ଦେଇ କଦାପି ଗତି ନକରୁ ବୋଲି ଆମେ ଆଶା ରଖୁଥିବାବେଳେ ସେହି ସମୟରେ ଏହି ସଙ୍କଟରୁ ଆମେ ଯାହା ଶିକ୍ଷାଲାଭ କରିଛେ ତାହା ଭବିଷ୍ୟତ ପାଇଁ ବୃହତ୍ତର ପ୍ରସ୍ତୁତିରେ ଯେଭଳି ରୂପାନ୍ତରିତ ହେବ, ତାହା ସୁନିଶ୍ଚିତ କରିବା ଆମେ ଚାହୁଁଛୁ। ସେ ଆହୁରି କହିଛନ୍ତି, ଅମ୍ଳଜାନ ଅତ୍ୟନ୍ତ ମୂଲ୍ୟବାନ, ଜୀବନ ରକ୍ଷାର ଉତ୍ସ, ଏବଂ ଏହି ଅଭିଯାନ ଡାକ୍ତରୀ ଅମ୍ଳଜାନ ଉପକରଣର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି କରିବ, ଭବିଷ୍ୟତରେ ଅପଚୟକୁ ଏଡାଇବ ଏବଂ ପରିଶେଷରେ ମହାମାରୀ ବିରୋଧୀ ଲଢେଇକୁ ସମର୍ଥନ କରିବ ବୋଲି ଆମର ବିଶ୍ୱାସ।
ଏହି ଅଭିଯାନ ସମୟରେ ଲିଣ୍ଡେର ସ୍ୱାସ୍ଥ୍ୟପ୍ରଯତ୍ନକାରୀ ଗ୍ରାହକ ଏବଂ ସହଭାଗୀ ଡାକ୍ତରଖାନାଗୁଡିକୁ ଡାକ୍ତରୀ ଅମ୍ଳଜାନ ଉପକରଣର ଉପଯୁକ୍ତ ପରିଚାଳନା ପଦ୍ଧତି ସମ୍ପର୍କରେ ସଚେତନନତା ବୃଦ୍ଧି ସମ୍ପର୍କିତ ବିବିଧ ସାମଗ୍ରୀ ବଣ୍ଟନ କରାଯିବ ଏବଂ ଆବଶ୍ୟକସ୍ଥଳେ ସେମାନଙ୍କର ସ୍ୱାସ୍ଥ୍ୟପ୍ରଯତ୍ନକାରୀ ଗ୍ରାହକଙ୍କ ପାଇଁ ଅତିରିକ୍ତ ତାଲିମ ପ୍ରଦାନ କରିବ। ବ୍ୟକ୍ତିଗତ ଡାକ୍ତରୀ ଅମ୍ଳଜାନ ଉପକରଣର ମାଲିକମାନେ ସର୍ବଦା ସେଗୁଡିକର ଉପଯୁକ୍ତ ବ୍ୟବହାର ସକାଶେ ଜଣେ ଚିକିତ୍ସା ବୃତ୍ତିଧାରୀଙ୍କ ସହିତ ପରାମର୍ଶ କରିବା ଏବଂ ଅନାବଶ୍ୟକ ମହଜୁଦ ରଖିବା ପାଇଁ ସେମାନଙ୍କୁ ନିରୁତ୍ସାହିତ କରିବାକୁ ସାମାଜିକ ଗଣମାଧ୍ୟମଗୁଡିକ ମଧ୍ୟ ଉପଯୋଗ କରିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories