www.samajalive.in
Monday, December 15, 2025
27.1 C
Bhubaneswar

ଗାଈ, ମଇଁଷି, ବଳଦଙ୍କୁ ସାପ କାମୁଡ଼ିଦେଲେ, ଭୟଭୀତ ନ ହୋଇ କରନ୍ତୁ ଏହି କାମ

ଗାଁଗହଳିରେ ଗାଈଗୋରୁଙ୍କୁ ସାପ କାମୁଡ଼ିବାର ବିଭିନ୍ନ ଦୁର୍ଘଟଣାମାନ ଦେଖିବାକୁ ମିଳେ। ଏମିତି ବି ଗୁହାଳ ପାଖେ ଛଣଗଦାରେ ସାପ ପ୍ରାୟ ଦେଖାଯାନ୍ତି। ଗାଈ, ମଇଁଷି, ବଳଦଙ୍କୁ ସାପ କାମୁଡ଼ିଦେଲେ, ଭୟଭୀତ ନ ହୋଇ କେତୋଟି ପ୍ରାଥମିକ କାମ କରିବେ। ମୁଖ୍ୟ କାମ ହେଲା, ପାଖ ପଶୁ ଡାକ୍ତରଖାନାର ଡାକ୍ତରଙ୍କୁ ଯୋଗାଯୋଗ କରି ଡକାଇବା। ତା’ ପରେ ଗାଈ ଶରୀରରେ କେଉଁଠି ସାପ କାମୁଡ଼ିଛି, ତାକୁ ଦେଖିବେ।

ସାପ କାମୁଡ଼ାର ଠିକ୍ ଉପରକୁ ଛୋଟ କପଡ଼ା କିମ୍ବା ଦଉଡ଼ିଟେ ବାନ୍ଧିଦେବେ, ଯେମିତି ବିଷ ପୂରା ଶରୀରକୁ ବ୍ୟାପି ନ ଯିବ। ଅନ୍ୟ ଏକ କାମକୁ ବେଶ୍ ଦକ୍ଷତାର ସହ କରିବାକୁ ହେବ। ସାପ କାମୁଡ଼ା ସ୍ଥାନରେ ଛୁରୀରେ ଆଘାତ କରି ଛୋଟ କ୍ଷତଟେ କରିବେ। ଅନ୍ତତଃ ବିଷ ସେଇବାଟେ ବାହାରିଯିବ। କ୍ଷତ ବେଶୀ ବଡ଼ କଲେ, ପ୍ରାଣୀ ଶରୀରରୁ ରକ୍ତସ୍ରାବ ହୋଇ ଅନ୍ୟ ଅସୁବିଧା ହେବା ଭୟ ବି ଅଛି। ଏତିକି କାମ କରିବା ଭିତରେ ଗାଈକୁ ପର୍ଯ୍ୟାପ୍ତ ପାଣି ପିଇବାକୁ ଦେବାକୁ ଯେମିତି ନ ଭୁଲିବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories